କେନ୍ଦ୍ରୀୟ ରାମଲୀଳା ପ୍ରଚାର ସମିତି ପକ୍ଷରୁ ସଂକ୍ରାନ୍ତି ଉତ୍ସବ ପାଳିତ

କଟକ, (ଯୁଗାବ୍ଦ ନ୍ୟୁଜ):କେନ୍ଦ୍ରୀୟ ରାମଲୀଳା ପ୍ରଚାର ସମିତି ମାରୁତି ମଣ୍ଡପ ପକ୍ଷରୁ ଧନୁ ସଂକ୍ରାନ୍ତି ଉତ୍ସବ ବିଡାନାସୀ ସ୍ଥିତ ଚହଟେଶ୍ୱର୍ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୀଣାପାଣି ରାମଲୀଳା ନାଟ୍ୟସଂଘ, ବିଡାନାସୀ ଦୁର୍ଗାପୂଜା କମିଟି ଅନୁରୋଧ କ୍ରମେ ଅନୁଷ୍ଠିତ ଉତ୍ସବରେ ସ୍ଥାନୀୟ ମୂରବୀ ବିଜୟ କୁମାର ସେଠୀ ସଭାପତି ଆସନ ଅଳଙ୍କୃତ କରିଥିଲେ। ସମିତିର ସଭାପତି ଚୌଧୁରୀ କାଶୀନାଥ ମଲ୍ଲିକ ସଭା ପରିଚାଳନା କରିବା ସହିତ ପଥ ହୁଡା ଯୁବପିଢିଙ୍କୁ ଉଚିତ ମାର୍ଗକୁ ଆଣିବା ପାଇଁ ରାମ ନାମକୁ ଘରେ ଘରେ ପହଞ୍ଚାଇବା ଜରୁରୀ ହୋଇ ପଡ଼ିଛି ବୋଲି କହିଥିଲେ।ଅତିଥି ଭାବେ ବାରବାଟି – କଟକ ବିଧାୟକ ସୋଫୀଆ ଫିରଦୋଷ, ଡ.ରବି ରଞ୍ଜନ ସାହୁ, ପଣ୍ଡିତ ନୀଳକଣ୍ଠ ରାଉତ, ସୁରେନ୍ଦ୍ର ନାଥ ପଣ୍ଡା ଯୋଗ ଦେଇ ଥିଲେ ।ସର୍ବ ବ୍ୟବସ୍ଥାପକ ଗୋପାଳ ଚନ୍ଦ୍ର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ଥିଲେ। ସଧାରଣ ସମ୍ପାଦକ ଦିଲ୍ଲୀପ କୁମାର ସ୍ବାଇଁ ଗ୍ରାମସଭା କୁ ଅଧିକ ଗୁରୁତ୍ଵ ଦିଆଯିବ ବୋଲି କହିଥିଲେ। କାର୍ଯକାରୀ ସଭପତି ତଥା ପ୍ରବଚକ ପ୍ରଦୀପ୍ତ କୁମାର ମହାପାତ୍ର ରାମ କଥା ଶୁଣାଇ ଥିଲେ। ଏହି ଉତ୍ସବ ରେ କାର୍ଯକାରୀ ସଭାପତି ଅଶୋକ ଦାଶ,ଲୋକସମ୍ପର୍କ ପ୍ରମୁଖ କୈଳାସ ଚନ୍ଦ୍ର ଜେନା,ବିଜୟ କୁମାର ସାହୁ, ସନ୍ତୋଷ କୁମାର ମଲ୍ଲିକ, ନଳୀନ କୁମାର ସେନାପତି, ଶିବେନ୍ଦ୍ର ବେହେରା, ରମେଶ ଚନ୍ଦ୍ର ବେହେରା, ଉମେଶ ଚନ୍ଦ୍ର ବେହେରା, ଅଜୟ କୁମାର ସେନାପତିଙ୍କ ସମେତ ଶତାଧିକ ରାମ ଭକ୍ତ ଯୋଗ ଦେଇ ଥିଲେ। ବିଜୟ କୁମାର ପାଇଟାଲ ରାମଧୁନ ଗାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ