ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ
ନିମାପଡା,( ସନ୍ତୋଷ ଦାଶ): ସ୍ଥାନୀୟ ବ୍ଲକ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ପଞ୍ଚାୟତ ସମିତି ନିମାପଡା, ପିଙ୍ଗଳାକ୍ଷୀ ପବ୍ଲିକ ୱେଲ ଫେୟାର ଅର୍ଗାନାଇଜେଶନ ଓ ଭିନ୍ନକ୍ଷମ ବିଭାଗ ଓଡ଼ିଶା ସରକାର ଙ୍କ ମିଳିତ ଆନୁକୂଲ୍ୟରେ ଏକ ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ଉକ୍ତ ଶିବିର କୁ ଉଦଘାଟନ କରିବା ସହ ବୁଲି ଦେଖିଥିଲେ । ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ , ଉପାଧ୍ୟକ୍ଷ ଅନୁସୟା ମହାନ୍ତି ,ବିଡ଼ିଓ ଡକ୍ଟର ଅଭିଜିତ ଷଡ଼ଙ୍ଗୀ ,ପିଙ୍ଗଳାକ୍ଷୀ ପବ୍ଲିକ ୱେଲ ଫେୟାର ଅର୍ଗାନାଇଜେଶନ ର ସଭାପତି ଗଗନ ବିହାରୀ ଦାସ ,ସାଂସଦ ଙ୍କ ନିମାପଡା ବ୍ଲକ ପ୍ରତିନିଧି ପୂର୍ଣଚନ୍ଦ୍ର ଓଝା ଙ୍କ ସମେତ ସମସ୍ତ ସରପଞ୍ଚ ,ସମିତି ସଭ୍ୟ ସଭ୍ୟା ଯୋଗଦେଇଥିଲେ । ଏହି ଶିବିରରେ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା ।ଉକ୍ତ ଶିବିରରେ ବ୍ଲକର ୩୨ ପଞ୍ଚାୟତର ୮ ଶହରୁ ଉର୍ଦ୍ଧ୍ବ ମାନସିକ , ଶାରୀରିକ ,ଦୃଷ୍ଟିହୀନ ,ବାକ ଓ ଶ୍ରବଣ ବାଧିତ ,ଭିନ୍ନକ୍ଷମ ମାନଙ୍କୁ ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ପରୀକ୍ଷା କରାଯାଇ ଚିହ୍ନଟ କରାଯାଇଥିଲା ।