୨୪ ଜଣଙ୍କୁ ମିଳିଲା ପିପିଏଲ୍ ଓଡ଼ିଆ ୟୁଥ୍ ଲିଡରସିପ୍ ଆୱାର୍ଡ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ରାଜ୍ୟର ଅଗ୍ରଣୀ ଡିଜିଟାଲ୍ ମିଡ଼ିଆ ନେଟୱାର୍କ ପିପିଏଲ୍ ଓଡ଼ିଆ ତରଫରୁ ୟୁଥ୍ ଲିଡରସିପ୍ ଆୱାର୍ଡ – ୨୦୨୪ ଅୟୋଜିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ବାରବାଟି କଟକ ବିଧାୟିକା ସୋଫିଆ ଫିରଦୋସ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ନାରୀନେତ୍ରୀ ଶ୍ରୀମୟୀ ମିଶ୍ର, ଯୁବ ସମାଜସେବୀ ପ୍ରହଲ୍ଲାଦ ପଲାଇ, ଡାକ୍ତର ସୁଜାତା କର, ବିଶିଷ୍ଟ ଅଭିନେତ୍ରୀ ତଥା ଓଡିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ପ୍ରତିଭା ପଣ୍ଡା, ହାସ୍ୟାଭିନେତା ହରିହର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ସମାଜପାଇଁ ଅତୁଳନୀୟ ଅବଦାନ ପାଇଁ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବିଡିଓ ଶ୍ରୀଯୁକ୍ତ କ୍ଷୀରୋଦ ଚନ୍ଦ୍ର ସାହୁ, କ୍ରୀଡ଼ା କ୍ଷେତ୍ର ପାଇଁ ଅଲମ୍ପିଆନ୍ ଶ୍ରାବଣୀ ନନ୍ଦ, ସ୍ଵାସ୍ଥ୍ଯସେବା କ୍ଷେତ୍ର ରେ ମଣିପାଲ ହସ୍ପିଟାଲ ଭୁବନେଶ୍ଵର ର ଅପରେସନ ହେଡ୍ ଶ୍ରୀମତୀ ରାଜଶ୍ରୀ ଉପାଧ୍ୟାୟ, ଶିକ୍ଷା କ୍ଷେତ୍ର ରେ ଯଶୋବନ୍ତ ସିଂଲାଲ୍, ମହିଳା ଉଦ୍ୟୋଗୀ ମୃଣାଲ ମଧୁଛନ୍ଦା, ସିନେମା କ୍ଷେତ୍ର ପାଇଁ ଲୋକପ୍ରିୟ ଅଭିନେତ୍ରୀ ଭୂମିକା ଦାଶ ଓ କଣ୍ଠଶିଳ୍ପୀ ପ୍ରଜ୍ଞା ହୋତା, ହାସ୍ୟାଭିନେତା ଟୁକୁନା ଷ୍ଟାଇଲିସ୍, ଯୁବ ଉଦ୍ୟୋଗୀ ସୌମ୍ୟ ଭୂଷଣ ଶତପଥି ପ୍ରମୂଖ ଙ୍କୁ ସମ୍ମାନିତ କରାଯାଇଥିଲା | ସେହିପରି ସ୍ୱତନ୍ତ୍ର ବିଭାଗ ରେ ସୋମେନ୍ ଅଗରବତୀ, କାରପ୍ଲେକ୍ସ, ମଧୁଲିକା ଏଣ୍ଟରପ୍ରାଇଜେସ ଓ ଆଞ୍ଜେଲିନା ଏଣ୍ଟରପ୍ରାଇଜେସ କୁ ସମ୍ମାନିତ କରାଯାଇଥିଲା | ପିପିଏଲ୍ ଓଡ଼ିଆ ଆଗାମୀ ଦିନରେ ଯୁବ ପ୍ରତିଭା ମାନଙ୍କ ପାଇଁ ଏହିଭଳି କାର୍ଯ୍ୟକ୍ରମ ଜାରି ରଖିବ ବୋଲି ପିପିଏଲ୍ ଓଡ଼ିଆ ର ପରିଚାଳନା ନିର୍ଦ୍ଦେଶିକା ଲିପ୍ସା ପଟ୍ଟନାୟକ ମତବ୍ୟକ୍ତ କରିଥିଲେ | କାର୍ଯ୍ୟକ୍ରମ କୁ ପ୍ରେରଣା ପ୍ରତୀକ୍ଷା ପରିଚାଳନା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ