ଗିରିଗାଁ ବୈତରଣୀ କୁଳରୁ ଲକ୍ଷାଧୂକ ଟଙ୍କାର ଚୋରା କାଠ ଜବତ କଲା ବନ ବିଭାଗ
ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସମଣା ପଞ୍ଚାୟତ ଗିରିଗାଁ ଗ୍ରାମର ବୈତରଣୀ ନଦୀ କୁଳରୁ ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ କରିଛି ବନ ବିଭାଗ। କେହି ବ୍ୟକ୍ତି ବୈତରଣୀ କୁଳରୁ ୨୦ରୁ ଉର୍ଦ୍ଧ୍ବ ଗଛ କାଟି ନଦୀ କୂଳରେ ପକାଇଥିଲେ। ଏକ ବିଶେଷ ସୂତ୍ର ରୁ ଖବର ପାଇ ହଦଗଡ଼ ବନ ବିଭାଗର ରେଞ୍ଜର ମାର୍ଶାଲ କିସ୍କୋ,ଫରେଷ୍ଟର ମଳୟ କୁମାର ସାହୁ ଓ ତାଙ୍କ ଟିମ୍ ସହ ମିଳିତ ଚଢାଉ କରି ୧୦୫ ସିପ୍ଟ ପୁଟିଆ ଓ ଅର୍ଜୁନ କାଠ ଜବତ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କାରୁ ଊର୍ଦ୍ଧ୍ବ ହେବ। ଏହି କାଠକୁ କିଏ କାଟିଲା ଏବଂ କଣ ପାଇଁ କଟା ଯାଇଛି ବନ ବିଭାଗ ତାହାର ତଦନ୍ତ କରୁଛି । ଏହି ଜବଦ କାଠକୁ ଦୁଇଟି ଟ୍ରାକ୍ଟର ଯୋଗେ ଆଜି ହଦଗଡ଼ ବନବିଭାଗ କାର୍ଯ୍ୟାଳୟକୁ ନିଆଯାଇଛି ।


