ବ୍ଲକ୍ ସ୍ତରୀୟ ସାମାଜିକ ଲିଙ୍ଗ ଭିତ୍ତିକ ସମତା ଓ ପାଠ୍ୟକ୍ରମରେସଂଯୋଗୀକରଣ ତାଲିମ ଶିବିର
କରଞ୍ଜିଆ,(ଜିତେନ୍ଦ୍ର ରାଜ): ଓସେପା, ସମଗ୍ରଶିକ୍ଷା ଜେ ପାଲ୍ ଓ ବେକଥ୍ରୋର ମିଳିତ ଆନୁକୁଲ୍ୟରେ ସାମାଜିକ ଲିଙ୍ଗଭିତ୍ତିକ ସମତା ଓ ପାଠ୍ୟ କ୍ରମରେ ସଂଯୋଗୀ କରଣ ଉପରେ ଆଧାରିତ ବର୍ଣ୍ଣାଳୀର ପ୍ରଥମ ପର୍ଯ୍ୟାୟ ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୋଷ୍ଠୀ ସାଧନ କେନ୍ଦ୍ର ସଂଜୋଜିକା ଆରତୀ ଦାସ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ
ଗୋଷ୍ଠୀ ସାଧନ କେନ୍ଦ୍ର ସଭା ଗୃହରେ ୧୭ ତାରିଖ ଦିନ ଉଦଘାଟିତ ହୋଇଥିଲା l ବିଭିନ୍ନ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରୁ ୪୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦାନ କରିଥିଲେ l ପ୍ରଥମ ଦିବସରେ ବେକଥ୍ରୋ ପକ୍ଷରୁ ରାଜ୍ୟ ପର୍ଯ୍ୟବେକ୍ଷକ ପଦ୍ମ ଲୋଚନ ଦାସ ଯୋଗ ଦେଇ ବର୍ଣ୍ଣାଳୀ ପ୍ରଶିକ୍ଷଣ ଶିବିରର ଉଦ୍ଦେଶ୍ୟ ଉପରେ ଆଲୋକ ପାତ କରିଥିଲେ l ପ୍ରଶିକ୍ଷକ ଭାବେ ରସମତଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ପଟ୍ଟନାୟକ, ସଲରାପଦା ଉଚ୍ଚପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଶ୍ୱଜିତ ଘୋଷ ଓ ମୋନାଲିସା ମିଶ୍ର ପ୍ରମୁଖ ଲିଙ୍ଗ ଭିତ୍ତିକ ସମତା ଓ ଆଭିମୁଖ୍ୟ ଥାଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ଆବଶ୍ୟକ ତାଲିମ୍ ପ୍ରଦାନ କରିଥିଲେ l ସରକାରୀ ବିଦ୍ୟାଳୟ ମାନଙ୍କରେ ସାମାଜିକ ଲିଙ୍ଗ ଭିତ୍ତିକ ସମତା ଉପରେ ସମ୍ୟକ୍ ଧାରଣା ଦେବାକୁ ଓଡ଼ିଶା ସରକାରଙ୍କ ଅଭିନବ ପ୍ରୟାସ l ୨୦୨୨ ମସିହା ଅଗଷ୍ଟ ୮ତାରିଖ ରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ କରି ଆରମ୍ଭ ହୋଇଥିଲା l
ଉଦଯାପନୀ ଉତ୍ସବରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଆରତୀ ଦାସ ଯୋଗଦେଇ ବର୍ଣ୍ଣାଳୀ ତ୍ରୀପାକ୍ଷିକ ସହ ଭାଗିତାରେ କାର୍ଯ୍ୟକ୍ରମ ଟି ଉଚ୍ଚକୋଟୀର l ବିଦ୍ୟାଳୟ ସ୍ତରରେ କିପରି ପୁଅ ଓ ଝିଅ ମାନଙ୍କର ସମସ୍ତ କାର୍ଯ୍ୟକ୍ରମରେ ସମାନ ଭାବେ ଅଂଶ ଗ୍ରହଣ କରିବା ଆବଶ୍ୟକ ଓ ନିରାପଦ ଭେଦ ଭାବ ମୁକ୍ତ ବିଦ୍ୟାଳୟ ସୃଷ୍ଟି କରିବା ଦ୍ୱାରା ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ପ୍ରତି ବିମୁଖ ନହୋଇ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେବେ ସେଥି ପ୍ରତି ଯତ୍ନ ବାନ ହେବାକୁ ପ୍ରଶିକ୍ଷାର୍ଥୀ ମାନଙ୍କୁ ଉପଦେଶ ଦେଇଥିଲେ.


