ହାଟଡିହି କଲେଜର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆଞ୍ଚଳିକ ମହାବିଦ୍ୟାଳୟ ହାଟଡ଼ିହିର ୪୭ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଶିତ୍ତରଞ୍ଜନ ରାଉତଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ନନ୍ଦିପଦା ଥାନା ଅଧିକାରୀ ରବିନ୍ଦ୍ର ପାତ୍ର, ସାଂସଦ ପ୍ରତିନିଧି ଯୁଧିଷ୍ଠିର ମଲ୍ଲିକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୋଲଖ ନାୟକ ପ୍ରମୁଖ ଯୋଗଦେଇ କ୍ରୀଡ଼ା ଉତ୍ସବକୁ ଉଦଘାଟନ କରି ଶିକ୍ଷା ସହିତ କ୍ରୀଡ଼ାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ଏଥିରେ ପ୍ରବନ୍ଧ ଲିଖନ, ତର୍କ, କୁଇଜ’ ନୃତ୍ୟଗୀତ, ଦୌଡ଼, ଉଚ୍ଚଡ଼ିଆଁ, ଲମ୍ବ ଡ଼ିଆଁ, ଡିସକସ ଥ୍ରୋ, ଭଲିବଲ, ରଙ୍ଗୋଲୀ ଆଦି ଅନେକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥଲା। ଏହାର ଉଦଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ଡ଼ାକ୍ତର ଗୋଲେଖ ବିହାରୀ ନାୟକ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ସ୍ଵର୍ଣ୍ଣଲକ୍ଷ୍ମୀ ରାଉତ, ପ୍ରତିଷ୍ଣା ପ୍ରୀୟ ଦର୍ଶନୀ ସା, ମାଣିକ ମୁଣ୍ଡା ପ୍ରମୁଖ ଚମ୍ପିୟନ ହୋଇ ପୁରସ୍କୃତ ହୋଇଥିଲେ। ସାଂସ୍କୃତିକ ବିଭାଗ ଉପସଭାପତି ଡ଼. ଚକ୍ରଧର ଦାସ, ମେନକା ଧୁରୁଆ, କ୍ତୀଡା ବିଭାଗର ଉପ ସଭାପତି ଅଜୟ କୁମାର ଦାସ, ବିଶ୍ୱରଞ୍ଜନ ଜେନା, ଅବିନାଶ ରାଉତ ପ୍ରମୁଖ କ୍ରୀଡ଼ା ପରିଚାଳନା କରିଥିଲେ। ପ୍ରଧ୍ୟାପକ ବିଜୟ କୁମାର ନାୟକ ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଗୌରାଙ୍ଗ ଚରଣ ନାୟକ, ରବିନ୍ଦ୍ର କୁମାର ଜେନା, ବୃନ୍ଦାବନ ଓଝା, ଜଳଧର ଦାସ, ନିଲମ୍ ସୁୟାଁ, ମିନତି ବେହୁରିଆ, ପ୍ରଣୟ କୁମାର ନାୟକ, ସନତାନ ଖୁଣ୍ଟିଆ, ପୂର୍ଣଚନ୍ଦ୍ର ବେହେରା, ଗଙ୍ଗାଧର ପୁହାଣ, ଜିତେନ୍ଦ୍ର ବିଶ୍ୱାଳ, ଚୁମୁକିରାଣୀ ନାୟକ, ଜ୍ୟୋତିରୁପା ମଲ୍ଲିକ, ଦ୍ବାରିକା ପ୍ରସାଦ ଦାସ, ମହେଶ୍ବତା ଶର୍ମା, ବିଜୟଲକ୍ଷ୍ମୀ ନାୟକ ପ୍ରମୁଖ ସହଯୋଗ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ