କୃଷି ଓ କୃଷକ ବଞ୍ଚାଅ ସଂଗଠନ,ଓଡ଼ିଶା” ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

କଟକ, (ଯୁଗାବ୍ଦ ନ୍ୟୁଜ):ସଂପ୍ରତି ଅଦିନିଆ ବର୍ଷାରେ ଶୁଖିଲା ବିଲ ଜଳ ରେ ଉବୁଟୁବୁ ହୋଇ କ୍ଷେତରେ କଟାଯାଇ ପଡ଼ି ରହିଥିବା ପାଚିଲା ଧାନ ଭିଜି ଗଜା ଧରିସାରିଲାଣି। ଚାଷୀର ବର୍ଷକ ଯାକର ପରିଶ୍ରମ ନିଷ୍ଫଳ ହେବା ସହ ଚାଷୀର ମେରୁଦଣ୍ଡ ଉପରେ ଶକ୍ତ ଆଘାତ ଲାଗିଛି ।ପାଚିଲା ଧାନ ଗଜା ହେବା କାରଣରୁ ଏବେ ତାହା ମଣ୍ଡି ରେ ଗ୍ରହଣ କରାଯିବ କି ନାହିଁ ,ତାହା ମଧ୍ୟ ଏକ ଚିନ୍ତାର କାରଣ ।ଏହି ପ୍ରସଙ୍ଗରେ “କୃଷି ଓ କୃଷକ ବଞ୍ଚାଅ ସଂଗଠନ ଓଡ଼ିଶା”ପକ୍ଷରୁ ସଭାପତି କିଶୋର ନାୟକ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜଗତପୁର ସ୍ଥିତ ତହସିଲ କାର୍ଯ୍ୟାଳୟକୁ ଯାଇ ତହସିଲଦାର ଙ୍କୁ ଭେଟିବା ସହ ଏକ ଲିଖିତ ଦାବୀପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।ଏକର ପିଛା ୨୫ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା, ବୀମା ନେଇ ଚାଷୀଙ୍କୁ ହଇରାଣ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଜଳକର ଛାଡ କରିବା, କ୍ଷତିପୂରଣ ସହ କୃଷି ଋଣ ଛାଡ କରିବା,ସମବାୟ ଅଧୀନରେ ଥିବା ମଣ୍ଡି ଗୁଡିକରେ ତୁରନ୍ତ କୃଷକର ଧାନ ଗ୍ରହଣ କରି ଉପଯୁକ୍ତ ପ୍ରାପ୍ୟ ପ୍ରଦାନ କରିବାକୁ ଦାବୀ କରିଛି ସଂଗଠନ ।ଏହି ପ୍ରତିନିଧି ମଣ୍ଡଳୀରେ କଟକ-ଚୌଦ୍ୱାର ବିକାଶ ପରିଷଦ ର ସଭାପତି ମାନସ ପରିଡ଼ା,ବିଦ୍ୟୁତ୍ ଉପଭୋକ୍ତା ସଂଘ ସଭାପତି ତୀର୍ଥାନନ୍ଦ ପଣ୍ଡା,ପୂର୍ବତନ କର୍ପୋରେଟର ତଥା ଆଡଭୋକେଟ ନୀରୋଦ ଚନ୍ଦ୍ର ପଣ୍ଡା,ଶାନ୍ତି କମିଟି କର୍ମକର୍ତ୍ତା ଅଲେଖ ଚନ୍ଦ୍ର ବେହେରା, ଆଡଭୋକେଟ ସୁଧାଂଶୁ ଦାସ,ରଶ୍ମିକାନ୍ତ ସାମଲ, ଦୁର୍ଯ୍ୟୋଧନ ପ୍ରଧାନ, ସୁବାସ ସୁବୁଦ୍ଧିରାୟ,ଜୟ ନାରାୟଣ ତ୍ରୀପାଠୀ,ସାମାଜିକ କର୍ମୀ ପ୍ରତ୍ୟୁଷ ସାହୁ,ବାଦଲ କୁମାର ଜେନା,ସୁଶିଲ ମହାନ୍ତି, କ୍ଷେତ୍ରବାସୀ ମଲ୍ଲିକ, ଶୁଭେନ୍ଦୁ ମହାନ୍ତି,ଲକ୍ଷ୍ମୀଧର ଶରଣ, ଚିରଞ୍ଜୟ ବେହେରା,ଚିତ୍ତ ରଞ୍ଜନ ଦାସ,ପ୍ରମୁଖ ଯୋଗଦେଇ ଚାଷୀ ମାନଙ୍କୁ ସହାୟତା ର ହାତ ବଢ଼ାଇବାକୁ ଦାବୀ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ