ଆଦର୍ଶ ଶିକ୍ଷକଙ୍କ ବିୟୋଗରେ ଶୋକ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର ):ଜଣେ ଆଦର୍ଶ ଶିକ୍ଷକ ତଥା ଶିକ୍ଷା ପ୍ରଶାସକ ଶ୍ରୀକୃଷ୍ଣ ପାତ୍ର ଙ୍କର ଆକସ୍ମିକ ବିୟୋଗ ଘଟିଛି. ସ୍ୱର୍ଗତଃ ପାତ୍ର ଜଣେ ଆଦର୍ଶ ଶିକ୍ଷକ ଭାବରେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରିବା ସହ, ସୁଳିଆପଡା ବ୍ଲକ ଶିକ୍ଷା ଅଧିକାରୀ, ବେତନଟି ବ୍ଲକ ଶିକ୍ଷା ଅଧିକାରୀ ଏବଂ ଉଦଳା ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତଥିଲେ. ଗତ ଡିସେମ୍ବର 29 ତାରିଖରେ ଆକସ୍ମିକ ଭାବରେ ତାଙ୍କର ମୃତ୍ୟୁ ଘଟିଛି. ତାଙ୍କର ବିୟୋଗରେ ଶିକ୍ଷକ ମହଲରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଆଜି ତାଙ୍କର ପୈତୃକ ଗ୍ରାମ ବଡ଼ହଳଦିଆ କନ୍ଦ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ