୧୭ ତମ ସର୍ବଭାରତୀୟ ଆଜାଦ ଚ୍ୟାଲେଞ୍ଜ କପ ସିକେପି ରେଲୱେ, ଝାଡ଼ଖଣ୍ଡକୁ ହରାଇ ଇଷ୍ଟକୋଷ୍ଟ ରେଲୱେ ବିଜୟୀ

କରଞ୍ଜିଆ,( ଜିତେନ୍ଦ୍ର ରାଜ ):ମୟୁରଭଞ୍ଜ ଜିଲ୍ଲା ଚଢେଇଭୋଳ ହାଇସ୍କୁଲ ଖେଳ ପଡିଆ ଠାରେ ଚାଲିଥିବା ୧୭ ତମ ସର୍ବଭାରତୀୟ ଆଜାଦ ଚ୍ୟାଲେଞ୍ଜ କପର ଆଜିର ମ୍ୟାଚ ଇଷ୍ଟକୋଷ୍ଟ ରେଲୱେ ଓ ସିକେପି ରେଲୱେ, ଝାଡ଼ଖଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି
ଆଜି ମ୍ୟାଚ ରେ ସିକେପି ରେଲୱେ ଟସ ଜିତି ବିପକ୍ଷ ଇଷ୍ଟକୋଷ୍ଟ ରେଲୱେ ଦଳ କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ଓ ନିର୍ଦ୍ଧାରିତ ୨୧ ଓଭର ୧ ବଲ ରେ ରେ ସମସ୍ତ ୧୦ ବି୍ୱିକେଟ ହରାଇ ୧୬୩ ରନ ସଂଗ୍ରହ କରି ବିପକ୍ଷ ସିକେପି ରେଲୱେ କୁ ୧୬୪ ରନ ର ଟାର୍ଗେଟ ଦେଇଥିଲା ଥିଲା ସିକେପି ରେଲୱେ ବିଜୟ ପାଇଁ ଧାର୍ଯ୍ୟ ୧୬୪ ରନ ଲକ୍ଷ ନେଇ ବ୍ୟାଟିଂ କରିଥିଲା ଓ ୨୦. ୧ ଓଭର ରେ ସମସ୍ତ ୧୦ ୱେକେଟ ହରାଇ ୧୧୭ ରନ ସଂଗ୍ରହ କରିଥିଲା ମ୍ୟାଚରେ ଇଷ୍ଟକୋଷ୍ଟ ରେଲୱେ ୪୬ ରନ ରେ ବିଜୟୀ ହୋଇଥିଲା ଅମ୍ପାୟାର ଭାବେ ଓସିଏ ପ୍ୟାନେଲ ଅମ୍ପାୟାର ଲଲାଟନନ୍ଦ ଓ ରଞ୍ଜନ ମହାନ୍ତି ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ଦୀପକ ସାହୁ, ଇମ୍ରାନଅଲ୍ଲୀ , ଅଵାସଅଲ୍ଲୀ, ନାଶିର କୁଦୁଷ ଦାୟିତ୍ୱ ତୁଲାଇଥିଲେ ସନ୍ତୋଷ ସାଣ୍ଡିଲ, ଅବଦୁଲ ମଲ୍ଲୀକ, ଅସଗର ଅଲ୍ଲୀ, ଧାରାବିବରଣୀ ପ୍ରଦାନ କରିଥିଲେ ମ୍ୟାଚ ଶେଷ ରେ ସମ୍ପାଦକ ସବୀର ଅଲ୍ଲୀ ଙ୍କ ତତ୍ୱାବଧାନ ରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ଅତିଥି ଭାବେ ସାଂସଦ ଙ୍କ ପ୍ରତିନିଧି ଉମେଶ ବେହେରା, ଖଲିଲୁର ରେହେମାନ ଓ ଏମଡି ରିୟାଯୁଦ୍ଦିନ ଉପସ୍ଥିତ ହୋଇ ୪ ଓଭର ରେ ୩୦ ରନ ଦେଇ ୩ ଟି ବିକେଟ ନେଇଥିବା ଇଷ୍ଟ କୋଷ୍ଟ ରେଲୱେ ର ଆଶୁତୋଷ ମାରାଣ୍ଡି ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରିଥିଲେ ଏହି ଟୁର୍ନାମେଣ୍ଟ କୁ ପରିଚାଳନା ରେ ମହମ୍ମଦ ସରାଫତ ଆଲମ , ମହମ୍ମଦ କାଦିର ,ଜାହିର ଅଵାସ,ବିଜୟ ବାରିକ, ଆସଗର ଅଲ୍ଲୀ, ବୁଲୁ ମିଶ୍ର, ଆବୁ ତାଲିବ ପ୍ରମୁଖ ସହଯୋଗ କରିଥିଲେ ଖେଳ ଦେଖିବାକୁ ବହୁସଂଖ୍ୟାରେ ଦର୍ଶକ ଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ