ଲେଖିକା ଅମୀୟ ବାଳା ପଟ୍ଟନାୟକଙ୍କ ଦେହାନ୍ତ ପ୍ରଗତିଶୀଳ ସାହିତ୍ୟ ପାଇଁ ଏକ ଅପୂରଣୀୟ କ୍ଷତି : ମାନବ ଅଧିକାର ସୁରକ୍ଷା ମଞ୍ଚ
ବ୍ରହ୍ମପୁର,(ଅନିଲ କୁମାର): ଜନବାଦୀ ଲେଖିକା ତଥା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଅମିୟ ବାଳା ପଟ୍ଟନାୟକଙ୍କର ଆଜି ୭୮ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି। ସେ ଦୃଷ୍ଟି ହୀନ ବିଦ୍ୟାଳୟର ଅଧ୍ୟକ୍ଷା ଥିଲେ। ଉଚ୍ଚକୋଟିର ମାନବବାଦୀ ସାହିତ୍ୟ, ଲେଖା ଓ ଅନୁବାଦ ପାଇଁ ସେ ବହୁ ପ୍ରଶଂସା ଓ ପୁରସ୍କାର ପାଇଛନ୍ତି l ଛାତ୍ର ଜୀବନରୁ ବାମପନ୍ଥୀ ଆଦର୍ଶରେ ଅନୁପ୍ରାଣିତ ହୋଇ ଏସଏଫଆଇ ସହିତ ଜଡିତ ଥିଲେ । ଶେଷ ପର୍ଯ୍ୟନ୍ତ ସେ ଅନ୍ୟାୟ ଅବିଚାର ବିରୁଦ୍ଧରେ ପ୍ରତିବାଦ କରିବା ଓ ଜନ ଗଣଙ୍କ ଅଧିକାର ପାଇଁ ଲଢ଼ିବା ମଧ୍ୟରେ କେବେ ବି ପଛକୁ ହଟି ନାହାଁନ୍ତି I ତାଙ୍କର ମୃତ୍ୟୁ ଗଣତାନ୍ତ୍ରିକ ପ୍ରଗତିଶୀଳ ସାହିତ୍ୟ ଓ ଜନ ଆନ୍ଦୋଳନ ପାଇଁ ଅପୁରଣୀୟ କ୍ଷତି ହୋଇଛି ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ (ମାସମ)ଗଭୀର ଶୋକ ବ୍ୟକ୍ତ କରୁଛି I