ବୈଷୟିକ ଶିକ୍ଷା ଓ ନିଯୁକ୍ତି ସମ୍ପର୍କିତ ପରାମର୍ଶ ଓ ଦକ୍ଷତା ମେଳା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ, ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଦିଗପହଣ୍ଡି ପଞ୍ଚାୟତ ସମିତିର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର  ଦିଗପହଣ୍ଡି ସ୍ଥିତ ରାଜସ୍ବ ବଙ୍ଗଳା ପରିସରରେ ବୈଷୟିକ ଶିକ୍ଷା ଓ ନିଯୁକ୍ତି ଭିତ୍ତିକ ତାଲିମ ନିମନ୍ତେ ପରାମର୍ଶ ଓ ଦକ୍ଷତା ମେଳା ଅନୁଷ୍ଠିତ ହୋଇଯାଇଛି ।  ଡିଏସଡିଇଓ ଅର୍ପିତା ପ୍ରିୟଦର୍ଶିନୀ ମୁଖ୍ୟ ଅତିଥି  ଏବଂ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ , ଜିତେନ୍ଦ୍ର ଉପାଧ୍ୟାୟ , ପଞ୍ଚାୟତ ଉନ୍ନୟନ ଅଧିକାରୀ ଉମେଶ ସେଠୀ ପ୍ରମୁଖ  ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବ୍ଳକ ପ୍ରକଳ୍ପ ଅଧିକାରୀ ସଙ୍ଗୀତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ବଳ୍ପ କାଳୀନ ଓ ଦୀର୍ଘ ମିଆଦି ପ୍ରଶିକ୍ଷଣ ସମ୍ବନ୍ଧୀୟ ସୂଚନା ଏବଂ ଚୟନ   କାର୍ଯ୍ୟକ୍ରମକୁ ବ୍ଲକ ମତ୍ସ୍ୟ ସମ୍ପଦ ଅଧିକାରୀ ନିଖିଳ କୁମାର ମହାରଣା ସଂଯୋଜନା କରିଥିଲେ । ଶିକ୍ଷିତ ବେକାର  ଯୁବତୀ ଯୁବକ ମାନେ ଆଗାମୀ ଦିନରେ ଏହି ନିଯୁକ୍ତି ସମ୍ପର୍କିତ ପରାମର୍ଶ  ଜରିଆରେ କିଭଳି ହୋଟେଲ ମେନେଜମେଣ୍ଟ , ସିଲାଇ , ଶିଳ୍ପ ତାଲିମ କେନ୍ଦ୍ର ମାନଙ୍କରେ ନିୟୋଜିତ ହୋଇପାରିବେ । ଅନୁଷ୍ଠିତ ପରାମର୍ଶ ମେଳାରେ ବ୍ଳକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତର ୪ ଶହରୁ ଊର୍ଦ୍ଧ୍ବ ଯୁବତୀ ଯୁବକ ନାମ ପଞ୍ଜିକରଣ କରିଥିଲେ । ବ୍ଲକ ସହଗୋଷ୍ଠୀ ଶିକ୍ଷାଧିକାରୀ ରସାନନ୍ଦ ଘଡେଇ ଙ୍କ ସମେତ ସମସ୍ତ ବିଦ୍ୟାଳୟର ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ, ପ୍ରଧାନଶିକ୍ଷକ ଉପସ୍ଥିତ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ