୭୬ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରକ୍ତଦାନ ଶିବିର
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):୭୬ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସ୍ଥାନୀୟ ନିଖିଳ ଉତ୍କଳ ୪ର୍ଥ ଶ୍ରେଣୀ କର୍ମଚାରୀ ଭବନ ଠାରେ ଜିଲ୍ଲା ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି କଳାହାଣ୍ଡି ଶାଖା, ଶ୍ରୀ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମନ୍ଦିର କମିଟି ପୁରୁଣାପଡା, ଭବାନୀପାଟଣା ଆଞ୍ଚଳିକ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମିଳିତ ପ୍ରତ୍ୟେକ୍ଷ ସହଯୋଗରେ ୭୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏଥିରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଭବାନୀପାଟଣା ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟ, କଳାହାଣ୍ଡି ଶିଳ୍ପ ତାଲିମ କେନ୍ଦ୍ର, ଧର୍ମଗଡ, ଜୁନାଗଡ, ଭବାନୀପାଟଣା ବିଧାୟକଙ୍କ ସହଯୋଗ ସମେତ ଭବାନୀପାଟନାର ବିଭିନ୍ନ ସ୍ୱଚ୍ଛାସେବି ଗଣ ଅତି ଆନନ୍ଦ ସହକାରେ ରକ୍ତ ଦାନ କରିଥିଲେ। ଆଜିର ରକ୍ତ ଦାନ ଶିବିରକୁ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ (ଆଇ.ଏ.ଏସ୍.) ଉଦ୍ଘାଟନ କରିଥିଲେ। ଏଥିରେ ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ବୈତାରୁ ଦିପ, ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡା, ଯୋଜନା ଅଧିକାରି ଶ୍ରୀକାନ୍ତ ଦଳେଇ, ହଳଧର ନିଆଳ (ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ), ସୁଭସ୍ମୀତା ମିଶ୍ର ତହସିଲଦାର କଳାହାଣ୍ଡି, ବିବେକାନନ୍ଦ ମହାନନ୍ଦ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରବୃତ୍ତି ଉପସ୍ଥିତ ରହି ସମସ୍ତ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡା. ବିଭୁନ୍ଦୁ ବଳ, ଓ ଡା. ଅନୁରାଗ ମିଶ୍ର ସହିତ ରକ୍ତ ଭଣ୍ଡାର ସମସ୍ତ କର୍ମଚାରୀ ଏହି ଶିବିରକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ।