ଗେଷ୍ଟ ହାଉସରେ ହାଇ ଡ୍ରାମା

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ର ପୁଜା ଗେଷ୍ଟ ହାଉସ ନାମକ ଏକ ଲଜ୍ ରେ ଗତ ବିଳମ୍ବିତ ରାତିରେ ପୋଲିସ୍ ଓ ନିଶାସକ୍ତ ଯୁବକ୍ ଓ ଅନ୍ୟ ଏକ ଭଦ୍ର ବ୍ୟକ୍ତିଙ୍କ ସହ ହାଇ ଭଲ୍ଟେଜ ଡ୍ରାମା ଦେଖିବାକୁ ମିଳିଲା। ସୂଚନା ଅନୁସାରେ ରାଇରଙ୍ଗପୁର ସହର ର ଏକ ଯୁବକ ଙ୍କ ମୋବାଇଲ କୁ କଲ ଗାର୍ଲ୍ ଦରକାର ବୋଲି ଏକ କଲ୍ ଆସିଲା। ପ୍ରଥମେ ତ ଯୁବକ ଜଣକ ଫୋନ୍ ଟିକୁ ରଙ୍ଗ ନମ୍ବର କହି କାଟି ଦେଇଥିଲେ। ବାରମ୍ବାର ଫୋନ୍ ଆସିବାରୁ ସେ ରାଇରଙ୍ଗପୁର ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ପରେ ଅଭିଯୋଗ କୁ ଆଧାର କରି ରାଇରଙ୍ଗପୁର ଏସଆଇ ମିନତି ନାୟକ ଏକ ଟିମ୍ ଗଠନ କରି ପୂଜା ଗେଷ୍ଟ ହାଉସ୍ ରେ ଚଢ଼ଉ କରିଥିଲେ। ପୂଜା ଗେଷ୍ଟ ହାଉସ ରେ ଜଣେ ଭଦ୍ର ବ୍ୟକ୍ତି ବାହାରେ ଛିଡ଼ା ହୋଇଥିବା ଦେଖି ସର୍ବ ପ୍ରଥମେ ତାଙ୍କୁ ପଚାରି ଥିଲେ କୋଉ ଜାଗାରୁ ଆସିଛନ୍ତି, ସେ ବାଲେଶ୍ଵର କହିବାରୁ ଭଦ୍ର ବ୍ୟକ୍ତି ଙ୍କୁ ଥାନା କୁ ଯିବାକୁ କହିଥିଲେ,ପରେ ନିଶାଶକ୍ତ ଅନ୍ୟ ଯୁବକ ମଧ୍ୟ ବାଲେଶ୍ଵର ରୁ ଆସି ସେହି ପୁଜା ଗେଷ୍ଟ ହାଉସ୍ ରେ ରହିଥିଲେ। ନିଶାସକ୍ତ ଯୁବକ କୁ ପୋଲିସ୍ ପରେ ପାଇ ଅନ୍ୟ ଭଦ୍ର ବ୍ୟକ୍ତି କୁ ଛାଡି ନିଶା ଶକ୍ତ ଯୁବକ କୁ ନେଇ ଟାଉନ ଥାନା ଆଣିଥିଲେ। ପୋଲିସ୍ ପଚରା ଉଚରା କରିବାରୁ ନିଶାସକ୍ତ ଯୁବକ ବାଲେଶ୍ଵର ରୁ ଆସି ରାଇରଙ୍ଗପୁର ସହର ର ପୁଜା ଗେଷ୍ଟ ହାଉସ୍ ରେ ରହିଥିଲେ। ନିଶାସକ୍ତ ଯୁବକ କୁ ପଚାରିବାରୁ ସେ କହିଥିଲେ ଯେ ଏହି ଗେଷ୍ଟ ହାଉସ୍ ରେ ଦେହ ବ୍ୟବସାୟ ହୁଏ ସୁଣିଥିଲି ତେଣୁ ଏହି ଗେଷ୍ଟ ହାଉସ୍ ରେ ରୁମ୍ ଵୁକ୍ କରି ରହିଥିଲି ।ପରେ ପୋଲିସ୍ ତାଙ୍କୁ ଛାଡି ଦେଇଥିଲା। ଏ ଘଟଣା ବର୍ତ୍ତମାନ ରାଇରଙ୍ଗପୁର ସହର ରେ ଚର୍ଚ୍ଚା ଜୋର୍ ଧରିଛି। ଯଦି ଦେହ ବ୍ୟବସାୟ ସତ୍, ତାହେଲେ ପୋଲିସ୍ ଚୁପ୍ କାହିଁକି ବସିଛି, ଏ ପ୍ରଶ୍ନ ରାଇରଙ୍ଗପୁର ବାସିନ୍ଦା ଉଠାଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ