ବରଯାତ୍ରୀ ଗାଡି ସହ ଟ୍ରକ ମୁହାଁମୁହିଁ
ଜମନକିରା, (ଲିପନ ନାଏକ):ସମ୍ବଲପୁର ଜିଲ୍ଲା ଜମିନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ କୁଲୁଣ୍ଡି ପିଇଟି କଲେଜ ନିକଟରେ ଏକ ବରଯାତ୍ରୀ କାର ସହ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଏଥିରେ ନବ ଦମ୍ପତି ସହ ମିଶି ଚାରି ଜଣ ଆହତ ହୋଇଛନ୍ତି। ସମ୍ବଲପୁର ରୁ ବିବାହ ସାରି ନିଜ ଘର ଦେବଗଡ଼ କୁ ଫେରୁଥିଲେ ଏହି ନବ ବରବଧୂ । ଦେବଗଡ଼ର ଜିଲ୍ଲା ସୁମିତ ମୋଦିଙ୍କ ବିବାହ ଗତକାଲି ରାତିରେ ସମ୍ବଲପୁର ରେ ଅନୁଷ୍ଠିତ ହୋଇଥିଲା। ତେବେ ବରକନ୍ୟା ବିଦାୟ ହୋଇ ଦେବଗଡ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଚାରିଜଣ ଆହତ ହୋଇ ଥିବା ବେଳେ ଆହତଙ୍କୁ ସମ୍ବଲପୁର ଡାକ୍ତରଖାନା କୁ ଚିକିତ୍ସା ପାଇଁ ପଠା ଯାଇଛି। ଆହତ ମାନେ ହେଲେ ସୁମିତ ମୋଦି, ନବବଧୂ ବର୍ଷା ଅଗ୍ରୱାଲ, ବୈଶାଳୀ ଅଗ୍ରୱାଲ ଓ ଅମିତ୍ ମୋଦି ବୋଲି ଜଣା ପଡ଼ିଥିବା ବେଲେ ପୋଲିସ ଘଟଣା ର ତଦନ୍ତ କରୁଛି। ପ୍ରତକ୍ଷ୍ୟ ଦର୍ଶିଙ୍କ କହିବା ଅନୁଯାଇ ନବ ଦମ୍ପତି ଙ୍କ ଗୋଡ଼ ଭାଙ୍ଗିଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି।