ବାଲିଆ ଯୁବଶକ୍ତି କ୍ଲବ ତରଫରୁ ସ୍ବର୍ଗତ ପାତିନ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ କ୍ୟାରାମ୍ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ

ବାଲେଶ୍ୱର, (ସରୋଜ ପଣ୍ଡା):ଶନିବାର ସନ୍ଧ୍ୟାରେ ବାଲିଆ ଯୁବଶକ୍ତି କ୍ଲବ ତରଫରୁ ସ୍ବର୍ଗତ ପାତିନ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ କ୍ୟାରାମ୍ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ ଉପସ୍ଥିତ ରହି ବିଧିବଦ୍ଧ ଭାବେ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଶୋଭନା ମହାନ୍ତି, ବାଲିଆ ସରପଞ୍ଚ ନିତାଇ ଚରଣ ନାୟକ, ୱାର୍ଡ ମେମ୍ବର ତପନ ଦାସ, ଜଗନ୍ନାଥ ଦାସ,ଦୁଷ୍ମନ୍ତ ମଲ୍ଲିକ, କୁନା ଦାସ,ମଙ୍ଗଳ ଦାସ, ପ୍ରଶାନ୍ତ ମଲ୍ଲିକ , ଦେବବ୍ରତ ମଲ୍ଲିକ, ଅଭିଜିତ ପାଣିଗ୍ରାହୀ, ଶିବ ମହାଳିକ, ଗୋପାଳ ନନ୍ଦୀ, ବାପୁନୁ ଦାସ, କୈଳାଶ ଦାସ ଇତ୍ୟାଦି ପରିଚାଳନା କରିଥିଲେ। ଏହି ଦୁଇଦିନିଆ ଟୁର୍ଣ୍ଣାମେଣ୍ଟରେ ମୋଟ ୩୨ ଗୋଟି ଟିମ୍ ଭାଗ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ