ଶାସଙ୍ଗ ଗ୍ରାମପଞ୍ଚାୟତରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ
ବାଲେଶ୍ୱର, (ସରୋଜ ପଣ୍ଡା):ରବିବାର ସକାଳ ୧୧ ଘଟିକା ସମୟରେ ଶାସଙ୍ଗ ଗ୍ରାମପଞ୍ଚାୟତରେ ମାନସ ରଞ୍ଜନ ଦାସ ମେମୋରିଆଲର ୪୩ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶାସଙ୍ଗ କ୍ରିକେଟ ବୋର୍ଡ ଦ୍ଵାରା ଆୟୋଜିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ଶାସଙ୍ଗ ପଡିଆରେ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ସରକାରଙ୍କ ଉପ ମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ, ସମାଜ ସେବୀ ଶୋଭନା ମହାନ୍ତି, ବିଧାୟକ ପ୍ରତିନିଧି ସଦର ବ୍ଲକ ଲମ୍ବୋଦର ପ୍ରଧାନ, ସରପଞ୍ଚ ପ୍ରଫୁଲ୍ଲ ଦ୍ବିବେଦୀ, ସମିତି ସଭ୍ୟା ସୁନି ସୋରେନ ଇତ୍ୟାଦି ଫିତା କାଟି ଏହାର ଶୁଭାରମ୍ଭ କରିଥିଲେ। ମୋଟ ୮ ଗୋଟି ଟିମକୁ ନେଇ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ୨୦ ଦିନ ବ୍ୟାପି ହେବ। ଉକ୍ତ ପଡିଆରେ ଆୟୋଜିତ ସଭାରେ ଶିବନାରାୟଣ ପ୍ରସାଦ ସ୍କୁଲର ପ୍ରଧାନ ଶିକ୍ଷକ ଡ. ହରପ୍ରସାଦ ପାଳ ଅତିଥି ପରିଚୟ କରିଥିଲେ। ଏତଦ୍ ବ୍ୟତୀତ ସଭାପତି ସଞ୍ଜିବ ନାୟକ, ସେକ୍ରେଟାରୀ ଦ୍ଵିଯେନ୍ଦ୍ର ନାରାୟଣ ଦାସ, ବିକାଶ ଦାସ, ଶଚିନ୍ଦ୍ର ମହାନ୍ତି, ଭାସ୍କର ମଲ୍ଲିକ, ରମେଶ ଦାସ, ଇତ୍ୟାଦି ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମକୁ ରାଜକିଶୋର ମହାନ୍ତି, ରଞ୍ଜନ ମଲ୍ଲିକ, ତରୁଣ ମଲ୍ଲିକ, ସଞ୍ଜୀବ ମଲ୍ଲିକ, ପରେଶ ଆଚାର୍ଯ୍ୟ, ଗୋପାଳ ଦାସ,ଦିପ୍ତିରଞ୍ଜନ ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ।