ଇଣ୍ଡିଆନ ମେଡିକାଲ ଆସୋସିଏସନ ଓଡିଶା ଶାଖାର ୭୪ତମ ସମ୍ମିଳନୀ ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପଛୁଆ ଓଡିଶାର ବିକାଶ ପାଇଁ ସମ୍ମିଳିତ ଉଦ୍ୟମ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି । ଡାକ୍ତମାନେ ହେଉଛନ୍ତି ଭଗବାନ, ସେମାନେ ନିରନ୍ତର ଭାବେ ସେବା ଯୋଗାଇ ଦେଉଥିବାରୁ ସାଧାରଣ ଲୋକେ ସୁସ୍ଥ ହୋଇ ଏକ ବିକଶିତ ରାଷ୍ଟ୍ରର ପରିକଳ୍ପନା କରିପାରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ଇଣ୍ଡିଆନ ମେଡିକାଲ ଆସୋସିଏସନ, ଓଡିଶା ଶାଖାର ୭୪ତମ ବାର୍ଷିକ ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ଯୋଗ ଦେଇ ନିଜ ବକ୍ତବ୍ୟରେ ରାଜ୍ୟରେ ସ୍ୱାସ୍ଥ୍ୟ ବଜେଟରେ ଏକ ବଡ ଭାଗ ରଖିଥିବାବେଳେ ସଚେତନତାର ଅଭାବ ଯୋଗୁଁ ଆମେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି ବୋଲି ସେ ପ୍ରକାଶ କରି ରାଜ୍ୟରେ ବିଭିନ୍ନ ପ୍ରକାରର ବିକାଶ ହେଲେ ମଧ୍ୟ ସ୍ୱାସ୍ଥ୍ୟ ସେବାର ବିକାଶ ନ ହେଲେ ଉକôର୍ଷ ଓଡିଶା ପରିକଳ୍ପନା ସମ୍ଭବ ହୋଇପାରିବ ନାହିଁ । ରାଜ୍ୟ ବଜେଟରେ ସ୍ୱାସ୍ଥ୍ୟକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ବିଶ୍ୱର ବୃହତମ ଜନଆରୋଗ୍ୟ ଯୋଜନା ଯେଉଁଥିରେ ଦେଶର ୬୦କୋଟି ଲୋକ ଅନ୍ତର୍ଭୁକ୍ତ ସେହି ଆୟୁଷ୍ମାନ ଭାରତ ଯୋଜନା ଓଡିଶାବାସୀଙ୍କୁ ଅଧିକ ସେବା ଦେବ ବୋଲି ସେ ପ୍ରକାଶ କରିଥିଲେ । ଉକôର୍ଷ ଓଡିଶା କାର୍ଯ୍ୟକ୍ରମରେ ରାଜ୍ୟକୁ ୧୩ଲକ୍ଷ କୋଟି ଟଙ୍କାର ବିନିଯୋଗ ପ୍ରସ୍ତାବ ଆସିଥିବାବେଳେ କେବଳ ସ୍ୱାସ୍ଥ୍ୟକ୍ଷେତ୍ରରେ ୫୦ହଜାର କୋଟି ଟଙ୍କାର ବିନିଯୋଗ ପ୍ରସ୍ତାବ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ସ୍ୱାସ୍ଥ୍ୟସେବା ପ୍ରକଳ୍ପରେ ୨୫ହଜାର ନିଯୁକ୍ତି ମିଳିବ ବୋଲି ଜଣାପଡିଛି । ୨୦୨୪-୨୫ରେ ଆମ ସରକାର ୨୧ହଜାର କୋଟି ଟଙ୍କା ସ୍ୱାସ୍ଥ୍ୟରେ ବଜେଟ ବ୍ୟବସ୍ଥା କରିଥିଲେ । ୨୦୩୬ ମସିହାରେ ଓଡିଶା ପ୍ରତିଷ୍ଠାର ଏକଶହ ବର୍ଷ ପୁର୍ତ୍ତି ପାଳନ ଅବସରରେ ଆମେ ଏକ ବିକଶିତ ଓଡିଶା କିପରି ଗଠନ କରିପାରିବା ସେଥିପାଇଁ ଏବେଠାରୁ ଚିନ୍ତା କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିବାବେଳେ ଏଥିପାଇଁ ରାଜ୍ୟ ସରକାର ୪୦ପ୍ରତିଶତ ଓ କେନ୍ଦ୍ର ସରକାର ୬୦ପ୍ରତିଶତ ଦେବାର ନିୟମ ଥିବାବେଳେ କେନ୍ଦୁଝରରେ ପ୍ରତିଷ୍ଠା ଲାଭ କରିଥିବା ମେଡିକାଲ କଲେଜ ସଂପୂର୍ଣ୍ଣ ଭାବରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅର୍ଥରୁ ବିନିଯୋଗ ହୋଇଛି । ଏହି ମେଡିକାଲ କଲେଜ ଉଦଘାଟନ ହେବାର ଦୁଇବର୍ଷ ଅତିକ୍ରାନ୍ତ ହେବାକୁ ବସିଥିଲେ ମଧ୍ୟ କେବଳ ନାମକୁ ମାତ୍ର ୪ଟି ବିଭାଗକୁ ଛାଡି ଅନ୍ୟ କୌଣସି ବର୍ହିବିଭାଗ ଖୋଲି ନ ଥିବା ସହ ତୁରନ୍ତ ଅର୍ନ୍ତବିଭାଗ ଖୋଲିବାକୁ ସେ ନିଦେ୍ର୍ଦଶ ଦେଇଥିଲେ । ଇଣ୍ଡିଆନ ମେଡିକାଲ ଆସୋସିଏସର ଓଡିଶା ଶାଖାର ୭୪ତମ ସମ୍ମିଳନୀ କେନ୍ଦୁଝରରେ ଅୟୋଜିତ ହୋଇଥିବାରୁ ସେ ଶାଖାର ପଦାଧିକାରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ କେନ୍ଦୁଝର ଜିଲ୍ଲା ସ୍ୱାସ୍ଥ୍ୟକ୍ଷେତ୍ରରେ ପୂର୍ବରୁ ଅବହେଳିତ ହୋଇ ଆସୁଥିବାବେଳେ ଏଠାରେ ମ୍ୟଲେରିଆ ଓ ସଡକ ଦୁର୍ଘଟଣା ଲୋକଙ୍କକ ଜୀବନ ନେଉଥିଲା ବୋଲି ସେ ପ୍ରକାଶ କରିଥିଲେ । କେନ୍ଦୁଝରଠାରେ ପ୍ରତିଷ୍ଠା ଲାଭ କରିଥିବା ଧରଣୀଧର ମେଡିକାଲ କଲେଜର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀର ଉଦଯାପନୀ ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଧରଣୀଧର ମେଡିକାଲ କଲେଜର ଅଧ୍ୟକ୍ଷା ତଥା ଡିନ ଡାକ୍ତର ଚିନ୍ମୟୀ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଧରଣୀଧର ବିଶ୍ୱବିଦ୍ୟାଳୟର କୁଳପତି ଡଃ ପ୍ରତାପ କୁମାର ମହାନ୍ତି ଯୋଗଦେଇଥିଲେ । ଆଇଏମଏର ରାଜ୍ୟ ସମ୍ପାଦକ ଡାକ୍ତର ମୃତ୍ୟୁଞ୍ଜୟ ମହାପାତ୍ର,ରାଜ୍ୟ ଅର୍ଥ ସମ୍ପାଦକ ଡାକ୍ତର ସମ୍ରାଟ କର,ଅଭ୍ୟର୍ଥନା କମିଟିର ସଭାପତି ଡାକ୍ତର ଅନୀଲ କୁମାର ଦାଶ,ଆୟୋଜନ କମିଟିର ସଭାପତି ଡାକ୍ତର ଉମେଶ ଚନ୍ଦ୍ର ସାହୁ,ସଭାପତି ଡାକ୍ତର ପ୍ରଭାତ କୁମାର ପଣ୍ଡା,ନବନିଯୁକ୍ତ ସଭାପତି ଡାକ୍ତର ଜୟନ୍ତ କୁମାର ପଣ୍ଡା ମଂଚାସୀନ ଥିଲେ । ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ସଂଘର ମୁଖପତ୍ର,ସ୍ୱାସ୍ଥ୍ୟସୁରଭି ପତ୍ରିକା ଓ ଭୁବନେଶ୍ୱର ସଂଘ ତରଫରୁ ଆଇଏମଏ ଭିଜନ ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ଦିବଂଗତ ବ୍ୟକ୍ତିଙ୍କ ଉଦେ୍ଦଶ୍ୟରେ ନୀରବ ପ୍ରାର୍ଥନା ହୋଇଥିଲା । ଶେଷରେ ସଂଗଠନ ସମ୍ପାଦକ ଡାକ୍ତର ମହେଶ ପ୍ରସାଦ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦୁଇଦିନିଆ ସମ୍ମିଳନୀରେ ରାଜ୍ୟର ପ୍ରାୟ ଏକ ହଜାରରୁ ଉଦ୍ଧ୍ୱର୍ ଡାକ୍ତର ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ