ବରୀ ପଞ୍ଚାୟତ ସମିତିର ୩ୟ ବୈଠକ ଅସନ୍ତୋଷ ଝାଡିଲେ ସରପଞ୍ଚ ସମିତି ସଭ୍ୟ
ବରି, (ଚୈତନ୍ୟ ଜେନା):ବୁଧବାର ପୂର୍ବାହ୍ନରେ ବରୀ ବ୍ଲକ କାର୍ଯ୍ୟାୟର ସମିଳନୀ କକ୍ଷରେ ପଂଚାୟତ ସମିତି ର ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକ ବରୀ ପଂଚାୟତ ସମିତି ଅଧକ୍ଷ ଅଶୋକ କୁମାର ଗେଡ଼ି ସଭାପତିତ୍ୱ କରିଥିବା ବେଳେ ବରୀ ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ, ଉପଧ୍ୟକ୍ଷା ଅର୍ଚ୍ଚନା ମଲ୍ଲିକ, ମଣ୍ଡଳ ଉନ୍ନୟନ ଅଧିକାରୀ ଅସିତ କୁମାର ମହାନ୍ତି, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ମହେଶ୍ୱର ସେଠିଙ୍କ ସମେତ ୪ ଗୋଟି ଜିଲ୍ଲା ପରିଷଦ ଜୋନର ସଭ୍ୟ, ସଭ୍ୟା ଏବଂ ଏହି ବ୍ଲକ ଅଧିନସ୍ଥ ସରପଂଚ, ସମିତି ସଭ୍ୟ, ସଭ୍ୟା ମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଆରମ୍ଭରେ ପୂର୍ବ ବୈଠକର ବିବରଣୀ ପାଠ ପଠନ ନ ହୋଇ ଚଳିତ ବୈଠକ ବିଷୟରେ ଆଲୋଚନାକୁ ରମ୍ପା ସରପଞ୍ଚ ମାନସ ଜେନା ପ୍ରତିବାଦ କରିଥିଲେ। ଉପସ୍ଥିତ ସରପଂଚ ଓ ସଭ୍ୟ, ସଭ୍ୟା ମାନେ ଉନ୍ନୟନ ମୂଳକ କାର୍ଯ୍ୟକୁ ସରକାର ଗୁରୁତ୍ୱ ଦେଉଥିବା ବେଳେ ବ୍ଲକ ପ୍ରଶାସନର କାଳ କ୍ଷେପଣ ନୀତି ଯୋଗୁଁ ଉନ୍ନୟନ ମୂଳକ କାର୍ଯ୍ୟ ସଠିକ ସମୟରେ କାର୍ଯ୍ୟ ହୋଇ ନ ପାରୁଥିବାରୁ ଲୋକ ପ୍ରତିନିଧି ମାନେ ସାଧାରଣ ଲୋକଙ୍କ ନିକଟରେ ଅପଦସ୍ଥ ହେବା ସହିତ ଲୋକଙ୍କର ଆକ୍ରୋଶର ଶିକାର ହେଉଛନ୍ତି। ବିଶେଷ କରି ଗତ ବାତ୍ୟା “ଦାନା” ସମୟରେ ବରୀ ବ୍ଲକର ୨୯ ଗୋଟି ପଂଚାୟତ ମଧ୍ୟରୁ ନିର୍ଦ୍ଧିଷ୍ଟ ପଂଚାୟତର ଲୋକ ମାନଙ୍କୁ ପଲିଥିନ ଯୋଗାଇ ଦେବା ଓ ବହୁ କ୍ଷତିଗ୍ରସ୍ତ ପରିବାର ପଲିଥିନ ପାଇବାରୁ ବଂଚିନ୍ତ ହେବା ଘଟଣାକୁ ନେଇ ସଭା ଗୃହରେ ଉପସ୍ଥିତ ସଭ୍ୟ, ସଭ୍ୟା ମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ପଞ୍ଚାୟତ ସମିତି ବୈଠକରେ ସମସ୍ତ ବିଭାଗିୟ ଅଧିକାରୀ ଉପସ୍ଥିତ ରହିବା ସହ ବ୍ଲକର ନିର୍ବାହୀ ଯନ୍ତ୍ରୀ ଉପସ୍ଥିତ ରହିବାକୁ ନିୟମ ଥିବା ବେଳେ କୃଷି ଓ ପାନୀୟ ଜଳ, ସ୍ୱାସ୍ଥ୍ୟ ବିଭାଗକୁ ଛାଡ଼ିଦେଲେ ଅନ୍ୟ କୌଣସି ବିଭାଗୀୟ ଅଧିକାରୀ ଏପରିକି ବ୍ଲକର ନିର୍ବାହୀ ଯନ୍ତ୍ରୀ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଛି। ପୂର୍ବରୁ ପ୍ରତି କାର୍ଯ୍ୟକ୍ରମରେ ବରୀ ଅଂଚଳର ମୁଦ୍ରିତ ଓ ବୈଦତ୍ୟୁକ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ଉପସ୍ଥିତ ରହି ସହଯୋଗ କରିବାକୁ ବ୍ଲକ ପ୍ରଶାସନ ତରଫରୁ ପତ୍ର ମାଧ୍ୟମରେ ଅବଗତ କରାଯାଇଥାଏ। କିନ୍ତୁ ଆଜିର ବୈଠକରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ନ ଦେବା ପଛରେ କଣ ରହସ୍ୟ ରହିଛି ତାହା ଆଲୋଚନାର ବିଷୟ ହୋଇଛି। ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅଣ ଦେଖା କରିବା ଘଟଣାକୁ ନେଇ ଏହି ଅଂଚଳର ଗଣ ମାଧ୍ୟମ ପ୍ରତିନିଧି ମାନେ ଇ ମେଲ ଯୋଗେ ଜିଲ୍ଲାପାଳ ଯାଜପୁରଙ୍କୁ ଅବଗତ କରିଛନ୍ତି।