ବିଦ୍ୟା ପବ୍ଲିକ ସ୍କୁଲ ରେ ନବମ ବାର୍ଷିକ ଉତ୍ସବ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ବିଦ୍ୟା ପବ୍ଲିକ ସ୍କୁଲ୍ ରେ ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ଅଧ୍ୟକ୍ଷା ଜୋଷ୍ନାରାଣୀ ପଣ୍ଡାଙ୍କ ସଭାପତିତ୍ବରେଅନୁଷ୍ଠିତ ଉତ୍ସବରେ, ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଅତିରିକ୍ତ ଏସପି -ଚିନ୍ମୟ କୁମାର ନାୟକ ଯୋଗ ଦେଇ ସଂଘର୍ଷ ରୁ ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ ଏବଂ ସୃଖଳା ନିହାତି ଆବଶ୍ୟକ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ରୂପେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ କୁମାର ବେହେରା ବିଦ୍ୟାଳୟ ର ଛାତ୍ର ଛାତ୍ରି ମାନଙ୍କୁ ଉଜ୍ଜଳ ଭବିଷ୍ୟତ ପାଇଁ ପରାମର୍ଶ ପ୍ରଦାନ କରିବା ସହ ବିଦ୍ୟାଳୟର ଉନ୍ନତି ପାଇଁ ପ୍ରଚେଷ୍ଟା କରିବେ ବୋଲି ସୂଚନା ଦେଇଥିଲେl ସମ୍ମାନିତ ଅତିଥି ଭାବେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଶାଖା ଅଧିକାରୀ ଶ୍ରୀମତୀ ଦେବକି ପାତ୍ର,,ଗଞ୍ଜାମ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରେଜାକ୍ ମିର୍ଜା ଛାତ୍ର ଛାତ୍ରୀ ମନଙ୍କୁ ଉତ୍ତମ ପରାମର୍ଶ ଦେବା ସହ ଗଞ୍ଜାମ ସହର ବାସୀଙ୍କୁ ଉତ୍ତମ ଆତିଥ୍ୟ ପାଈଁ ଧନ୍ୟବାଦ୍ ଦେଇଥିଲେ।ଅନ୍ୟତମ ସମ୍ମାନିତ ଅତିଥି ରୂପେ ଗଞ୍ଜାମର ବରିଷ୍ଠ ସମାଜସେଵୀ ତ୍ରିନାଥ ପାଣିଗ୍ରାହୀ ଯୋଗ ଦେଇ ଶିଶୁ ଙ୍କ ଭବିଷ୍ୟତ କାମନା ସହ ଭବିଷ୍ୟତ ରେ ବଡ଼ ମଣିଷ ହେବା ସହ ଭଲ ମଣିଷଟିଏ ହେବା ପାଇଁ ପରାମର୍ଶ ଦେଇଥିଲେl ମଲାଡ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ମମତା ବେହେରା, ବିଦ୍ୟା ପବ୍ଲିକ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ବାଇ ରାମଚନ୍ଦ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ।. ଶିକ୍ଷାବିତ ଦାମୋଦର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ର ସଭାପତି ଅଞ୍ଜନ କୁମାର ପଣ୍ଡା ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ। ଧନ୍ୟବାଦ ଅର୍ପଣକରିଥିଲେ ଶିକ୍ଷକ ବିନୋଦ ଚନ୍ଦ୍ର ପଲାଇ,l କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଅନ୍ତଜ୍ୟାତୀୟ ଉଦଘୋଷିକା ରଶ୍ମିତା ଦଳେଇ l ଶେଷରେ ନୃତ୍ୟଗୁରୁ ଅମିତ, ଶରତ ଓ ଶିକ୍ଷୟତ୍ରୀ ରଶ୍ମିତା ସ୍ୱାଇଁଙ୍କ ତତ୍ୱାବଧାନ ରେ ବିଦ୍ୟାର୍ଥୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶିକ୍ଷକ ନାଗରାଜୁ ରେଡ୍ଡୀ, ପ୍ରଭାତ ମହାରଣା ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ରଶ୍ମିତା ସ୍ୱାଇଁ, ସଞ୍ଜନା ଆଚାରୀ, ସରିତା ଯାଦବ, ପଲ୍ଲବୀ ପଣ୍ଡା, ପି.ସୁଜାତା,ପ୍ରଣତି ଦାସ, ମିତା ଜେନା, ରଶ୍ମିତା ସାହୁ, ନମିତା ପ୍ରଧାନ, ସବିତା ପାଳ ସହଯୋଗ କରିଥିଲେ।