ମା’ତୁଳସୀ ପତ୍ରିକାର ଶିବରାତ୍ରି ସଂଖ୍ୟା ଉନ୍ମୋଚିତ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ବାରିପଦା ମଧୁବନ ସ୍ଥିତ ଶ୍ରୀ ଶ୍ରୀ ହରିବଳ ଦେବ ଜୀଉ ଶିଶୁ ମନ୍ଦିର ଠାରେ ମାଆ ତୁଳସୀ ପତ୍ରିକାର ଶିବରାତ୍ରି ସଂଖ୍ୟା ପଣ୍ଡିତ ଭାଗବତ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି. କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାପାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମିତାଭ ମିଶ୍ର ଯୋଗ ଦେଇଥିବା ବେଳେ ବରିଷ୍ଠ ଲେଖିକା ବିରଜା ଦେବୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ. ପ୍ରାରମ୍ଭରେ ତୁଳସୀ ପତ୍ରିକାର ସମ୍ପାଦକ ହିମାଂଶୁ ଶେଖର ଆଚାର୍ଯ୍ୟ ପତ୍ରିକା ସମ୍ପର୍କରେ ସୂଚନା ଦେଇଥିବା ବେଳେ, ତୁଳସୀ ପରିବାରର ଜିଲ୍ଲା ସମ୍ପାଦକ ଆଦିତ୍ୟ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ. ଶେଷରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାମଚନ୍ଦ୍ର ନାଥ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ.


