ଆସିକାର ନୂତନ ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଆସିକା, (ୱାଇଏନ୍‍ଏସ୍‍):ଆସିକାରେ ନୂତନ ଉପଖଣ୍ଡ ପୋଲିସ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗଦେଇଥିବା ରାଜ୍ୟ ସରକାରଙ୍କ ଘରୋଇ ବିଭାଗର ଦକ୍ଷ, ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଟ ଅଫିସର ରୂପେ ପରିଚିତ ଥିବା ସନ୍ତୋଷ କୁମାର ଜେନାଙ୍କୁ ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରାଙ୍କ ନେତୃତ୍ୱରେ ବହୁ ଯୁବପିଢୀ ସୌଜନ୍ୟମୂଳକ ସାକ୍ଷତ କରି ଠାକୁରଙ୍କ ତୈଳଚିତ୍ର, ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ଲକ୍ଷ୍ୟ କରାଯାଇଛି । ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରାଙ୍କ ନେତୃତ୍ୱରେ ସରପଞ୍ଚ ଜୟସେନ ସ୍ୱାଇଁ, ଆସିକା ଏନ୍‍ଏସିର କାଉନସିଲର ନିଗମାନନ୍ଦ ରାଉତ, ସମାଜସେବୀ ରବିନ୍ଦ୍ର ସାହୁ, ସନ୍ତୋଷ ନାହାକ, ଶିବରାମ ପାଣିଗ୍ରାହୀ, ଜିତେନ୍ଦ୍ର କୁମାର ମହାରଣା, ପ୍ରଦୀପ କୁମାର ମୁନି, କେଶବ ଦାଶ, ସାଇରାଜ ଦଳେଇ, ଉଦିତ୍‍ ପାଢୀ, ଆକାଶ ସ୍ୱାଇଁ, ପ୍ରତାପ ଚନ୍ଦ୍ର ପ୍ରଧାନ, ବିମଳ ପ୍ରଧାନ, ସୁକାନ୍ତ ସାହୁ, କାହ୍ନୁଚରଣ ଦଳେଇ, ରାଜେଶ୍‍ ଜେନାଙ୍କ ସମେତ ବହୁ ସଚେତନ ନାଗରିକ, ଯୁବପିଢୀ ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ