ଶିବରାତ୍ର ପୂର୍ବରାତ୍ରରେ ମହେନ୍ଦ୍ରଗିରିରେ ଶିବରାତ୍ରରେ ଜାଗର ପାଳିଲେ ଲକ୍ଷାଧିକ ଭକ୍ତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପୁରାଣ ପ୍ରସିଦ୍ଧ ଓଡିଶାର ହିମାଳୟ ଗଜପତି ଜିଲ୍ଲାରେ ଅବସ୍ଥିତ ମହେନ୍ଦ୍ରଗିରି ଠାରେ ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାଶିବରାତ୍ରର ପୂର୍ବ ରାତ୍ର ଅର୍ଥାତ ଗତକାଲି ମଙ୍ଗଳଵାର ରାତ୍ରିରେ ମହାଶିବରାତ୍ର ଓ ଜାଗର ପାଳନ ହୋଇଯାଇଛି. ମହେନ୍ଦ୍ରଗିରିରେ ଶିବରାତ୍ର ଓ ଜାଗର ପାଳନ ପାଇଁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇଥଲେ. ସାରା ବିଶ୍ୱରେ ମହାଶିବରାତ୍ର ଆଜି ଅର୍ଥାତ ବୁଧବାର ରାତ୍ରିରେ ପାଳିତ ହେଉଛି. ହେଲେ ଗଜପତି ଜିଲ୍ଲାର ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଠାରେ ବହୁ ପ୍ରାଚୀନ କାଳରୁ ଶିବରାତ୍ରର ପୂର୍ବ ରାତ୍ରରେ ମହାଶିବରାତ୍ରି ଓ ଜାଗର ପାଳନ ହୋଇଆସୁଛି.ସାରା ବିଶ୍ୱରେ ଏଭଳି ବିରଳ ଶିବରାତ୍ର କେଉଁଠାରେ ପାଳନ ହୁଏନାହିଁ. ଗତକାଲି ରାତ୍ରରେ ଭାରତର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ମହେନ୍ଦ୍ରଗିରିରେ ପହଞ୍ଚି ମହାଶିବ ରାତ୍ରି ପାଳନ କରିବା ସହ ଜାଗର ଦ୍ୱୀପ ପ୍ରଜ୍ବଳନ କରି ଜାଗର ପାଳିଛନ୍ତି. ଭକ୍ତ ଶ୍ରଦ୍ଧାଳୁମାନେ ମହେନ୍ଦ୍ରଗିରି ଶିଖରରେ ଥିବା ମହାଦେବଙ୍କ ଗୋକର୍ନେଶ୍ଵର ମନ୍ଦିର, କୁନ୍ତି ମନ୍ଦିର, ଯୁଧିଷ୍ଠିର ମନ୍ଦିର, ଭୀମ ମନ୍ଦିର ଆଦି ପଞ୍ଚୁ ପଣ୍ଡାବଙ୍କ ସମସ୍ତ ମନ୍ଦିରରେ ଜାଗର ଦ୍ବୀପ ଜାଳି ଜାଗର ପଲିଥିଲେ. ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ମହେନ୍ଦ୍ରଗିରି ଠାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ସୁଯୋଗ ପାଇଁ ଆଲୋକ ବ୍ୟବସ୍ଥା, ପାନୀୟ ଜଳର ସୁବ୍ୟବସ୍ଥା ଆଦି ସହ ଭକ୍ତଙ୍କ ଜାଗର ପାଳନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଆୟୋଜନ କରାଯାଇଥିଲା. ଆଜି ବୁଧବାର ଭୋର ସକାଳୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ମହେନ୍ଦ୍ରଗିରି ଠାରେ ସୂର୍ଯ୍ୟଦୋୟକୁ ଦର୍ଶନ କରି ନିଜନିଜର ଘରକୁ ଫେରିଥିଲେ. ପୌରାଣିକ ଗାଥା ରହିଛି ଯେ ମହାଶିବରାତ୍ର ଓ ଜାଗର ପାଳନ ପରେ ସୂର୍ଯ୍ୟଦୋୟ ଦର୍ଶନ କରିବା ଦ୍ଵାରା ମନୁଷ୍ୟ ପାପରୁ ମୁକ୍ତ ହେବା ସହ ପୁଣ୍ୟ ପାଇଥାନ୍ତି. ତେଣୁ ପ୍ରତେକ ଭକ୍ତ ମହେନ୍ଦ୍ରଗିରିରେ ଜାଗର ପାଳିବା ପରେ ସୂର୍ଯ୍ୟଦୋୟକୁ ଦର୍ଶନ କରି ନିଜନିଜ ଘରକୁ ଫେରିଥାନ୍ତି.