ଏନ୍ବିସି କଲେଜର ପ୍ରାଣୀବିଜ୍ଞାନ ବିଭାଗର ପାଠଚକ୍ର
ଆସିକା, (ୱାଇଏନ୍ଏସ୍):ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ରୁଦ୍ରମାଧବ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ପାଠଚକ୍ରକୁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ହରିଶଙ୍କର ପାଣ୍ଡେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପ୍ରାଣୀବିଜ୍ଞାନର ଆବଶ୍ୟକତା ଓ ଉପାଦେୟତା ସଂପର୍କରେ ବହୁ ଶିକ୍ଷଣୀୟ ମାର୍ଗଦର୍ଶନ କରିଥିଲେ । ଏନ୍ବିସି କଲେଜର ପ୍ରାଣୀବିଜ୍ଞାନ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ଆଲୋଚନାଚକ୍ରରେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ଅଧ୍ୟାପିକା ସେଲ୍ କୁମାରୀ ଝା, ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ତଥା ପ୍ରଶାସନିକ ଅଧିକାରୀ ଅଭିଷେକ ବେହେରା, ଅର୍ଥଶାସ୍ତ୍ର ବିଭାଗର ଅଧ୍ୟାପିକା ସୁଶ୍ରୀ ଶୁଭଶ୍ରୀ ସାହୁ, ଅଧ୍ୟାପକ ଉପେନ୍ଦ୍ର ମାଝୀ, ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପିକା ସୁଶ୍ରୀ କିରଣ ଡାକୁଆ, ଓଡିଆ ବିଭାଗର ଅଧ୍ୟାପକ ଅଜିତ୍ କୁମାର ମୁଖୀ, ଗଣିତ ବିଭାଗର ଅଧ୍ୟାପକ ଆଲୋକ ପ୍ରଧାନ, ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ଡଃ ଜୀବନକୃଷ୍ଣ ଦାଶ, ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ସିଲୁ ସେଠୀ, ଅଧ୍ୟାପିକା କେ.ସ୍ମିତା ପାତ୍ର, ଯସ୍ମିନୀ କୁମାରୀ ନାୟକ, ପ୍ରମୋଦ କୁମାର ଆପଟ, ଅନୁପ କୁମାର ଷଡଙ୍ଗୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଛାତ୍ରୀ ସୁଶ୍ରୀ ଦୀପ୍ତିରାଣୀ ସାହୁ, ସୁଶ୍ରୀ ଦୀପ୍ତିମୟୀ ପାଣିଗ୍ରାହୀ, ଯୁକ୍ତ ତିନି ତୃôତୀୟ ବର୍ଷର ଛାତ୍ରୀ ସୁଶ୍ରୀ ରୁପାଲୀ ପୋଲାଇ, ସୁଶ୍ରୀ ସ୍ମୃôତି ସ୍ୱାଇଁ, ସୁଶ୍ରୀ ନନ୍ଦିନୀ ସ୍ୱାଇଁ, ସୁଶ୍ରୀ ଶୁଭସ୍ମିତା ପ୍ରଧାନ ସନ୍ଦର୍ଭପାଠ କରିଥିଲା ବେଳେ ଏହି ଆଲୋଚନାଚକ୍ରରେ ଶିକ୍ଷାନୁଷ୍ଠାନର ପ୍ରାଣୀ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ଓ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


