ସଦିଦ୍ ରତ୍ନା ନାଏକଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ହେବ

କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହନ୍ତ): ସ୍ୱାଧୀନତା ସଂଗ୍ରାମରେ ସହିଦ୍ ହୋଇଥିବା ଭୂୟାଁ ନେତା ସହିଦ୍ ରତ୍ନା ନାଏକଙ୍କ ସ୍ମୃତିରେ କେନ୍ଦୁଝର ଏବଂ ବାଂଶପାଳର ୫ଟି ସ୍ଥାନରେ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ଏ ନେଇ ଭୂୟାଁ ସାଂସ୍କୃତିକ ସଂଗଠନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ସଂଗଠନର ଦାବିକୁ ସମ୍ମତି ଜଣାଇବା ପରେ ସଂସ୍କୃତି ବିଭାଗ ପକ୍ଷରୁ ୫ଟି ସ୍ଥାନରେ ପ୍ରତିମୂର୍ତ୍ତିର ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ଜିଲ୍ଲା ପ୍ରଶାସନ ଏବଂ ଭୂୟାଁ ସାଂସ୍କୃତିକ ସଂଗଠନ ମିଳିତ ଆନୁକୂଲ୍ୟରେ ଏକ ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସହିଦ୍ ରତ୍ନା ନାଏକଙ୍କ ପ୍ରତିମୂର୍ତ୍ତି କେଉଁ କେଉଁ ସ୍ଥାନରେ ପ୍ରତିଷ୍ଠା କରାଯିବ ସେ ନେଇ ଆଲୋଚନା କରାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ବ୍ୟତୀତ ଢାଙ୍ଗରପଡା,ଚର୍ଚ୍ଚ ଛକ ଏବଂ ଅନ୍ୟ ୨ଟି ସ୍ଥାନରେ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହିଦ୍ ରତ୍ନା ନାଏକଙ୍କ ବଂଶଧର ର ୧୪ଟି ପରିବାରକୁ ସାମିଲ କରାଯିବା ସହ ସେମାନଙ୍କର ଉନ୍ନତି ପାଇଁ ପଦକ୍ଷେପ ନିଆଯିବ । ସହିଦ୍ ରତ୍ନା ନାଏକ ବନ୍ଦୀ ଥିବା ସମୟର ଆଜିକାର ଚୌଦାର ଜେଲରେ ଫାଶି ପାଇଥିଲେ । ତେବେ ସେ କେଉଁ ସମୟରେ ଜେଲରେ ଥିଲେ ଏବଂ କେବେ ଫାଶି ପାଇଥିଲେ ତାହାର ବିବରଣୀ ଜେଲ କର୍ତ୍ତୃପକ୍ଷଙ୍କଠାରୁ ଆଣିବାକୁ ନିଷ୍ପତ୍ତି ହୋଇଥିଲା । ଏଥିସହ ସମସ୍ତ କାର୍ଯ୍ୟକ୍ରମରେ ଭୂୟାଁ ସର୍ଦ୍ଦାର ମାନଙ୍କୁ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ  କୁମାର ନାଗଭୂଷଣ,ଜିଲ୍ଲା ସଂସ୍କୃତି ବିଭାଗ ଉପ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ନାଏକ, ସଦର ବିଡିଓ ବିନୋଦ ପଣ୍ଡା, ସଦର ତହସିଲଦାର ଶୁଭେନ୍ଦୁ କୁମାର ସାହୁ, ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ସାର୍ଥକ ରାୟ, ବାଂଶପାଳ ତହସିଲଦାରଙ୍କ ସମେତ ଭୂୟାଁ ସାଂସ୍କୃତିକ ସଂଗଠନର ସମ୍ପାଦକ ଶ୍ୟାମ ସୁନ୍ଦର ନାଏକ, ସଞ୍ଜୟ ଗିରି, ମମିତା ନାଏକ ଓ ବୀର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ