ଶ୍ରୀଜଗନ୍ନାଥ ମନ୍ଦିର ଠାରେ ରଥ କାଠ ଅନୁକୂଳ
କୋଣାର୍କ -(ଗଣେଶ ଚନ୍ଦ୍ର ବେହେରା) :ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ରାଜାରାମ ମଠ ପରିସରରେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ବୋର୍ଡ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥ କାଠ ଅନୁକୂଳ ସମାରୋହ ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ସ୍ଥିତ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଧାର୍ମିକ ରୀତିନୀତି ଅନୁଯାୟୀ ମନ୍ଦିର ପରିସରରେ ପୂଜକ ଅଜୟ ଦାସ ହୋମଯଜ୍ଞ ଆଦି କାର୍ଯ୍ୟ ସଂପାଦନ କରିବା ପରେ ବିଶ୍ବକର୍ମା ଶମ୍ଭୁନାଥ ମହାରଣା ଙ୍କ ଦ୍ଵାରା ରଥ କାଠ ଅନୁକୂଳ କରାଯାଇଥିଲା। ଚଳିତ ବର୍ଷ କୋଣାର୍କ ଠାରେ ଆୟୋଜିତ ହେବାକୁ ଥିବା ରଥ ନିର୍ମାଣ କାର୍ଯ୍ୟ ପାଇଁ କାଠର ଅଭାବ ପରିଲକ୍ଷିତ ହେଉଥିବାବେଳେ ପୁରୀ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବନବିଭାଗ କାର୍ଯ୍ୟାଳୟ ପକ୍ଷରୁ ରଥ ନିର୍ମାଣ ନିମନ୍ତେ କାଠ ଯୋଗାଇଦେବା ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଦାବି କରାଯାଇଛି। ଏହି ରଥ କାଠ ଅନୁକୂଳ ସମାରୋହକୁ ଟ୍ରଷ୍ଟ ବୋର୍ଡର ସଭ୍ୟ ଗଗନ ବିହାରୀ ପାତ୍ର, ପପି ରଂଜନ ନାୟକ, ସୁମନ୍ତ ବେଉରା, ଟ୍ରଷ୍ଟ ବୋର୍ଡ ପରିଚାଳକ ନିରଜଂନ ବାରିକ ସମେତ କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।