ବୁଦ୍ଧ ମୂର୍ତ୍ତି ଭଙ୍ଗା ଘଟଣା ପ୍ରଶାସନର ଦ୍ବାରସ୍ଥ ହେଲେ ପେଣ୍ଟା ପଞ୍ଚାୟତବାସୀ

ରାୟଗଡା,(ଦୁର୍ଗା ପ୍ରସାଦ ପାଢ଼ୀ):ରାୟଗଡା ଜିଲ୍ଲା ସଦର ବ୍ଲକ ଚାନ୍ଦିଲି ଥାନା ପେଣ୍ଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାମ୍ପର ଗୁଡା ଗ୍ରାମରେ ବୁଦ୍ଧ ମୂର୍ତ୍ତି ଭଙ୍ଗା ଘଟଣା ଭିନ୍ନ ମୋଡ ନେଇଛି । ଗ୍ରମର ଆରାଧ୍ୟ ଦେବୀ ମା ଝାକିରୀ ଠାକୁରାଣୀଙ୍କ ବିଜେ ସ୍ଥଳୀରେ ବୁଦ୍ଧ ମୂର୍ତ୍ତି ସ୍ଥାପନ ନ କରିବା ପାଇଁ ଗ୍ରାମ ବାସୀ ସଂପୃକ୍ତ ବ୍ୟକ୍ତିଙ୍କୁ ଗ୍ରାମସଭାରେ ଜଣାଇଥିଲେ ଓ ସେ ଏହି ନିଷ୍ପତିରେ ରାଜି ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ସ୍ଥାନୀୟ ସରପଞ୍ଚ ଏ ବିଶ୍ୱନାଥ ଓ ଅନ୍ୟ ବ୍ୟକ୍ତିଙ୍କ ନାମରେ ବୁଦ୍ଧ ମୂର୍ତ୍ତି ଭଙ୍ଗା ଯିବା ନେଇ ଥାନାରେ ଅଭିଯୋଗ ଆଣିଥିଲେ । ଏହାକୁ ବିରୋଧ କରି ପେଣ୍ଟା ପଞ୍ଚାୟତ ବାସୀ ଓଲଟା ଅଭିଯୋଗ କରିଥିଲେ। ସେହିଭଳି ଉକ୍ତ ପାହାଡ଼ରେ ବୁଦ୍ଧ ମୂର୍ତ୍ତି ସ୍ଥାପନ କରିବା ପାଇଁ ସର୍ବ ସମ୍ମୁଖରେ ଘୋଷଣା କରିଥିଲେ ମଧ୍ଯ ତାହା ନ କରି ପରବର୍ତ୍ତୀ ସମୟରେ ବୁଦ୍ଧ ମୂର୍ତ୍ତି ସ୍ଥାପନ କରା ଯାଇଥିଲା। ଝାକିରି ଠାକୁରାଣୀ ଜାଗାକୁ ହଡପ କରି ନିଜସ୍ଵ କାମରେ ଲଗାଇବା ପାଇଁ ଯୋଜୋନାକରି ଉକ୍ତ ପାହାଡକୁ ହଡ଼ପ କରିବାକୁ ଚକ୍ରାନ୍ତ କରିବାକୁ ଥିବା ବେଳେ ଆଜି ପେଣ୍ଟା ପଞ୍ଚାୟତର ଶତାଧିକ ପୁରୁଷ ଓ ମହିଳା ଏକତ୍ରିତ ହୋଇ ଆଜି ରାୟଗଡ଼ା ଜିଲ୍ଲାପାଳ ମିଶି ଉକ୍ତ ପାହାଡ ଉପରେ ବୁଦ୍ଧ ମୂର୍ତ୍ତି ସ୍ଥାପନ ନ କରିବା ପାଇଁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ଅନୁପସ୍ଥତି ଥିବାବେଳେ ଏଡିଏମ୍ ଙ୍କୁ ମିଶି ଦାବୀ ପତ୍ର କରାଯାଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ