ରେସନ କାର୍ଡରେ ନାମ ଦରଜ ପାଇଁ ବ୍ଲକ କର୍ମଚାରୀ କହି ଟଙ୍କା ଆଦାୟ
ହାଟଡିହି (ବିକାଶ ବିଶ୍ବାଳ): ରେସନ କାର୍ଡରେ ନାମ ଦରଜ ପାଇଁ ବ୍ଲକ କର୍ମଚାରୀ କହି ଟଙ୍କା ଆଦାୟ ହେଉଥିବା ଅଭିଯୋଗ ହୋଇଛି। ସୋସୋ ପଞ୍ଚାୟତ କାନପୁର ଗ୍ରାମର ବିଶ୍ଵନାଥ ଖମାରୀ ନାମକ ଜଣେ ବ୍ୟକ୍ତି ନିଜ ପରିବାର ଲୋକଙ୍କ ନାମ ଯୋଡିବା ପାଇଁ ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ। ସାଇଟ ଖୋଲୁ ନଥିବାରୁ ମୋ ନମ୍ବର ନେଇଯାଅ କଥା ହେବ, ଯେଉଁ ଦିନ ସାଇଟ୍ ଖୋଲିବ ଆସିବ ବୋଲି ଯୋଗାଣ ବିଭାଗ ର ଡିଇଓ କହିଥିଲେ। ବିଶ୍ଵନାଥ ଅଫିସ ସମ୍ମୁଖରେ ଲେଖାଥିବା ଏକ ମୋବାଇଲ୍ ନମ୍ବର ନେଇଯାଇଥିଲେ। କିନ୍ତୁ ଏହି ନମ୍ବର ଟି ଅନ୍ୟ ଜଣେ ଲୋକର ଥିଲା। ସେ ତାଙ୍କୁ ଫୋନ କରିବାରୁ ସେ ଜଣ ପ୍ରତି ଶହେ ଟଙ୍କା ଲେଖାଏଁ ପଡ଼ିବ ବୋଲି କେହି ଫୋନ ପେ ମାଧ୍ୟମରେ ଟଙ୍କା ଆଦାୟ କରିଥିଲା। କିନ୍ତୁ ନାମ ଦରଜ କାହିଁକି ହେଲାନି ବୋଲି ପଚାରିବାରୁ ଆଉ ତିନିଶହ ଦିଅ ହେବ ବୋଲି କହିବାରୁ ବିଶ୍ଵନାଥଙ୍କ ମନରେ ସନ୍ଦେହ ଉପୁଜିଥିଲା। ସେ ଆଜି ବ୍ଲକ କାର୍ଯ୍ୟାଳୟକୁ ଆସି ବୁଝିବା ପରେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଯୋଗାଣ ବିଭାଗ କର୍ମଚାରୀ ଜଣକ ଏନେଇ ସଙ୍ଗେ ସଙ୍ଗେ ବିଡ଼ିଓ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।


