ଆଜି ଗୁରୁବାର (୨୬.୦୬.୨୦୨୫) ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳରୁ…
ମେଷ :- ପ୍ରେମ ସମ୍ପର୍କ ମଧୁର ରହିବ । ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ସମୟ ବିତାଇବେ । ନିଜର ମନ ଅନୁସାରେ କର୍ମ କ୍ଷେତ୍ରରେ ସ୍ୱାଧିନତା ପାଇବେ । ଆର୍ଥିକ ସମସ୍ୟା କିଛି ମାତ୍ରାରେ ଲାଘବ ହେବ । ସାମାଜିକ ମାନସମ୍ମାନ ବୃଦ୍ଧି ପାଇବା ପାଇଁ ବ୍ୟକ୍ତିତ୍ୱର ବିକାଶ ଘଟିବ । ପଢାରେ ଅଧିକ ସମୟ ବିତାଇବେ ।
ବୃଷ :- ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଅଚାନକ ସାକ୍ଷାତ ହେବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ରାଜନୀତିରେ ସମର୍ଥନ ହ୍ରାସ ପାଇପାରିବେ । ଛାତ୍ରଛାତ୍ରୀ ପଢାରେ ଅବେହଳା କରି ଦୁଃଖ ପ୍ରକାଶ କରିବେ ।
ମିଥୁନ :- ଶାରିରୀକ ସମସ୍ୟା ଦେଖାଦେବ । ଭାଗ୍ୟ ଆପଣଙ୍କୁ ବହୁତ ସମର୍ଥନ କରିବ ଓ କାର୍ଯ୍ୟ ଅବସ୍ଥା ଅନୁକୂଳ ହେବ । ପାରିବାରିକ ପରିବେଶ ଅତ୍ୟନ୍ତ ଆନନ୍ଦଦାୟକ ହେବ । ପଡୋଶୀଙ୍କ ସହିତ ଶତ୍ରୁତା ଭାବ ସୃଷ୍ଟି ହୋଇପାରେ । ଅଦାଲତରୁ ଶୁଭଫଳ ପାଇବେ । ନୂତନ ଲକ୍ଷ୍ୟକୁ ନେଇ ଯାତ୍ରା ସମ୍ପନ୍ନ କରିବେ ।
କର୍କଟ :- କୌଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହିବେ । କର୍ମକ୍ଷେତ୍ରରେ ବହୁ ସମୟ କାଟିବାକୁ ବାଧ୍ୟ ହେବେ ଓ ବୃଦ୍ଧି ଖଟାଇ ନିଜ ସ୍ଥାନକୁ କୌଣସିମତେ ଦୃଢ କରିବେ । ଲକ୍ଷ୍ୟ ହାସଲ କରିବାକୁ ଅଧିକ ପରିଶ୍ରମ କରିବାକୁ ପଡିପାରେ । ଛାତ୍ରମାନେ ଅଧିକ ପରିଶ୍ରମ କରି ସେମାନଙ୍କର ଆତ୍ମବିଶ୍ୱାସ ବଢିବ ।
ସିଂହ :- ପାରିବାରିକ ସହମତିରେ କାର୍ଯ୍ୟ ସିଦ୍ଧି ଘଟିପାରେ । ବନ୍ଧୁଙ୍କଠାରୁ ଆର୍ଥିକ ସହାୟତା ମିଳିପାରେ । ବେପାର ବୃତ୍ତିରେ ସଫଳତା ହାସଲ କରିବେ । ମହିଳାମାନେ ସୁଖସମୃଦ୍ଧି ପ୍ରାପ୍ତ କରିବେ । ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବେ । ବିଦେଶରେ କାମ କରୁଥିବା ଲୋକମାନେ ପଦୋନ୍ନତି ପାଇ ପାରିବେ ।
କନ୍ୟା :- କୌଣସି କାର୍ଯ୍ୟର ସମାଧାନ ହୋଇଯିବ । ମାଙ୍ଗଳିକ କାର୍ଯ୍ୟରେ ମନ ଯୋଗଦେବେ । ସୁସ୍ଥ ଅନୁଭବ କରିବେ । ପୈତୃକ ସମ୍ପତ୍ତିକୁ ନେଇ ଦୁଇ ଜଣଙ୍କ ବିବାଦରେ ତୃତୀୟ ବ୍ୟକ୍ତି ଲାଭବାନ୍ ହେବ । ରାଜନୀତିରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ହାତକୁ ନେବେ ।
ତୁଳା :- ଜୀବନରେ ନୂଆ ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇପାରେ । ରାଜନୀତିରେ ସଫଳତା ପାଇପାରନ୍ତି । ସରକାରୀ ସଂସ୍ଥା କାମରେ ସହଯୋଗ କରିପାରନ୍ତି । ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ । ନୂତନ ଭାବେ ଆରମ୍ଭ କରୁଥିବା କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଂଶସିତ ହେବେ । ଘରେ ଅତିଥିମାନଙ୍କ ସେବା କରି ଆନନ୍ଦିତ ଅନୁଭବ କରିବେ ।
ବିଛା :- ପାରିବାରିକ ଜୀବନ ଆମୋଦଦାୟକ ହେବ । ଭାଗ୍ୟ ଉଦ୍ୟୋଗୀ ହେବା ସହିତ ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷା କ୍ଷେତ୍ରରେ ଅଭିଜ୍ଞତା ବଢିବ । ସମ୍ପତ୍ତିବାଡିକୁ ନେଇ ଅନେକ ପରିସ୍ଥିତି ଦେଖାଦେଇପାରେ ।
ଧନୁ :- ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ । କର୍ମ ପାଇଁ ସମ୍ମାନିତ ଦକ୍ଷତା ପ୍ରତିପାଦତ ହେବେ । ଅନୁଷ୍ଠାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବେ । ଛାତ୍ରଛାତ୍ରୀ ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ସମ୍ପତ୍ତି ପାଇଁ ସାମାନ୍ୟ ମତାନ୍ତର ସୃଷ୍ଟି ହୋଇପାରେ ।
ମକର :- ବାଣିଜ୍ୟ, ବ୍ୟବସାୟରୁ ଭଲ ଲାଭ ପାଇବେ ।ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ କମ୍ ପରିଶ୍ରମରେ ଅଧିକ ଫଳ ପାଇବେ । ଦୂର ଯାତ୍ରାକୁ ଭ୍ରମଣ କରିପାରନ୍ତି । ପାରିବାରିକ ସମସ୍ୟାକୁ ସମାଧାନ କରିବା ପାଇଁ ଚେଷ୍ଟିତ ହେବେ । ପୁରାତନ ରୋଗର ପୀଡ଼ା ଅନୁଭବ ହେବ । ରାଜନୀତି କ୍ଷେତ୍ରରେ ଉଚ୍ଚ ପଦବୀ ହାସଲ କରିବେ ।
କୁମ୍ଭ :- ପୂର୍ବରୁ କରିଥିବା କର୍ମପାଇଁ ଦଣ୍ଡ ଭୋଗିପାରନ୍ତି । ଗମନାଗମନ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଆର୍ଥିକ ସମସ୍ୟା କିଛି ମାତ୍ରାରେ ଲାଘବ ହେବ । ବ୍ୟବସାୟ-ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ । ଛାତ୍ରଛାତ୍ରୀ ଉଚ୍ଚଭିଳାଷୀ ହେବେ ।
ମୀନ :- ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ । ରାଜନୈତିକ କ୍ଷେତ୍ରରେ ପ୍ରବଳ ଲୋକ ସମର୍ଥନ ମିଳିବ । ଗୃହବାହନ ସମ୍ବନ୍ଧୀୟ ସମସ୍ୟା ସମାଧାନ ହୋଇଯିବ । ମନକୁ ଆଘାତ ଲାଗିଲା ପରି କଥା ଶୁଣିବାକୁ ପାଇପାରନ୍ତି ।


