ଭକ୍ତଙ୍କ ସେବାରେ ଆଇନଜୀବୀ
କୋଣାର୍କ (ଗଣେଶ ଚନ୍ଦ୍ର ବେହେରା): ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଗୁଣ୍ଡିଚା ଯାତ୍ରା ପାଇଁ ସରବତ, ପାନୀୟ ଜଳ ବଣ୍ଟନ କରି ଶ୍ରଦ୍ଧାଳୁ ଙ୍କ ସେବା କରିଥିଲେ ଆଇନଜୀବୀ । ସେହିପରି ବାହୁଡା ଯାତ୍ରା ରେ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ସରବତ ଓ ପାନୀୟ ଜଳ ଓ ଛଉ ନୃତ୍ୟ ପରିବେଷଣ କରୁଥିବା ନୃତ୍ୟଶିଳ୍ପୀ ମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି ଆଇନଜୀବୀ । ଏଥି ସହ ସାଧାରଣ ଲୋକ ଓ ଶ୍ରଦ୍ଧାଳୁଙ୍କ ପାଇଁ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ଓକିଲ ସଂଘ (ବାରିପଦା, ମୟୁରଭଞ୍ଜ) ଏବଂ ଓଡ଼ିଶା ମହିଳା ଆଇନଜୀବୀ ସଂଘ ଓ ବାରିପଦା ର ସମସ୍ତ ମହିଳା ଆଇନଜୀବୀ ଙ୍କ ମିଳିତ ଉଦ୍ୟମରେ ଏହି ମହତ୍ କାର୍ଯ୍ୟକ୍ରମ ଅୟୋଜିତ ହେଉଛି । ଓଡ଼ିଶା ମହିଳା ଆଇନଜୀବୀ ସଂଘ ର ରାଷ୍ଟ୍ରୀୟ ଉପସଭାପତି ତଥା ବରିଷ୍ଠ ଆଇନଜୀବୀ ସୁଜାତା ମିଶ୍ର, ଜୋନାଲ୍ ଉପ ସଭାପତି ଚିନ୍ମୟୀ ବେହେରା, କାର୍ଯ୍ୟନିର୍ବାହୀ ସଦସ୍ୟା ମଧୁସ୍ମିତା ନାୟକ, ଆଇନଜୀବୀ ପାର୍ବତୀ ବାରିକ୍, ଲିପିକା ପୁହାଣ, ପ୍ରଣତି ମୁର୍ମୁ,ରିକା ପଣ୍ଡା, ପ୍ରିୟମ୍ବଦା ବେହେରା, ସୋନାଲ ମିଶ୍ର, ସସ୍ମିତା ଘୋଷାଲ୍ , ଶ୍ରଦ୍ଧାଞ୍ଜଳୀ ପଣ୍ଡା, ଭାସ୍ବତି ପଣ୍ଡା , ରୂପଶ୍ରୀ ବାରିକ୍, ସ୍ୱୀକୃତି ଶତପଥି, ଜୟଶ୍ରୀ ଦାସ ଙ୍କ ସହ ଅନେକ ମହିଳା ଆଇନଜୀବୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଜିଲ୍ଲା ଓକିଲ ସଂଘ ବାରିପଦା ର ସମ୍ପାଦକ ଆଇନଜୀବୀ ବିପ୍ଳବ ବାରିକ, ଯୁଗ୍ମ ସମ୍ପାଦକ ଆଇନଜୀବୀ ସ୍ଵରୂପ କୁମାର ମିଶ୍ର, ଆଇନଜୀବୀ କିଶୋର୍ ଚନ୍ଦ୍ର ମହାନ୍ତି, ସଂଗ୍ରାମ ପଣ୍ଡା, ମାନସ ରଞ୍ଜନ ବେହେରା, ସୁନୀଲ ଜେନା, ଦେବରାଜ ମିଶ୍ର, ଡ୍ୟାନି ପରିଛା, ସଞ୍ଜୟ ରାଉତ, କିଶୋର୍ କର, ପଦ୍ନଲୋଚନ ମହାନ୍ତ, ସତ୍ୟରଞ୍ଜନ ବେହେରା, ନରୋତ୍ତମ ପାଣିଗ୍ରାହୀ, ଅବନୀ ଷଡଙ୍ଗୀ ପ୍ରମୂଖ ସହଯୋଗ କରିଥିଲେ। ଉତ୍ତରସାହି ଛଉ ନୃତ୍ୟ ପ୍ରତିଷ୍ଠାନ ଓ ଜୀବନଧାରା ପରିବାର ଙ୍କ ସହଯୋଗ ଏବଂ ଉଦ୍ୟମ ଉଲ୍ଲେଖନୀୟ ।ଏହି ଅବସରରେ ଜୀବନଧାରା ପରିବାର ଦ୍ୱାରା ବୃକ୍ଷରୋପଣ ସଚେତନତା ପାଇଁ ଚାରା ବଣ୍ଟନ କାର୍ଯ୍ୟକ୍ରମ ମଧ୍ଯ ତ୍ୱରାନ୍ୱିତ କରାଯାଇଥିଲା।