କଲେଜ ଜମିର ସୁରକ୍ଷା ପାଇଁ ପୁରାତନ ଛାତ୍ରସଂସଦ କାର୍ଯ୍ୟକାରିଣୀ ବୈଠକ

କେନ୍ଦ୍ରାପଡ଼ା,(ଓ୍ବାଇଏନଏସ) :କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ରସଂସଦର ଗତ ସାଧାରଣ ପରିଷଦ ପରେ ନୂତନ କାର୍ଯ୍ୟକାରିଣୀର ରବିବାର ଅନୁଷ୍ଠିତ ପ୍ରଥମ ବୈଠକରେ ଏହି ଐତିହ୍ୟ ସମ୍ପନ୍ନ ଶିକ୍ଷାନୁଷ୍ଠାନର ଜମିକୁ ଜବରଦଖଲକାରୀଙ୍କ ହାତରୁ ସୁରକ୍ଷା ଦେବାକୁ ପ୍ରାଧାନ୍ୟ ପ୍ରଦାନ କରାଯାଇଛି। ସଂସଦର ସଭାପତି ପ୍ରାଧ୍ୟାପକ ଦୁର୍ଯ୍ୟୋଧନ ପରିଡାଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ଗାନ୍ଧୀ ଭବନରେ ଅନୁଷ୍ଠିତ ଏହି ବୈଠକ ଜମି ସୁରକ୍ଷା ବ୍ୟତିତ ସଂସଦର ସଭ୍ୟ ସଂଗ୍ରହ ବୃଦ୍ଧି କରିବାକୁ, ଏହି ମାତୃ ଶିକ୍ଷାକେନ୍ଦ୍ରର ଶୈକ୍ଷିକ ପରିବେଶ ଓ ଭିତ୍ତିଭୂମିର ବିକାଶ ପାଇଁ ବିହିତ ପଦକ୍ଷେପ ନେବାକୁ ସ୍ଥିର କରାଯାଇଛି। ଏହି କାର୍ଯ୍ୟକ୍ରମ ଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ କମିଟିମାନ ଗଠନ କରାଯାଇଛି। ସେହି କମିଟି ଗୁଡିକ ହେଉଛି ସଭ୍ୟ ସଂଗ୍ରହ ପାଇଁ ଡକ୍ଟର ତ୍ରୈଲୋକ୍ୟନାଥ ସାମଲ, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ଅଧ୍ୟାପିକା ସୀମା ମହାନ୍ତ ଓ ଅଧ୍ୟାପକ ସୁବ୍ରତ ସାମଲଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିବା ବେଳେ ଜମି ସୁରକ୍ଷା ପାଇଁ ଡକ୍ଟର ପ୍ରଦୀପ୍ତ କିଶୋର ଦାଶଙ୍କ ସଂଯୋଜନାରେ ସାମ୍ବାଦିକ ଚିତ୍ତରଞ୍ଜନ ଦାସ ଓ ସାମାଜିକ କର୍ମୀ ପ୍ରତାପ ମହାନ୍ତିଙ୍କୁ ନେଇ ଏକ କମିଟି, ଶୈକ୍ଷିକ ବିକାଶ ସହାୟତା ପାଇଁ ଡକ୍ଟର ବିଦୁଭୂଷଣ ଦାଶ, ସୁବ୍ରତ ସାମଲ ଓ ଡକ୍ଟର ରଶ୍ମୀ କରଙ୍କୁ ନେଇ ଏକ କମିଟି,ଗଣ ଯୋଗାଯୋଗ ପାଇଁ ବରିଷ୍ଠ ସାମ୍ବାଦିକ ରାଜେଶ କୁମାର ନାୟକଙ୍କ ସଂଯୋଜନାରେ ଚିତ୍ତରଞ୍ଜନ ଦାସଙ୍କୁ ନେଇ ଏକ କମିଟି ଏବଂ ସଂସଦର ସଭ୍ୟମାନଙ୍କ ତଥ୍ୟଭିତ୍ତିକ ଡାଟାବେସ ପ୍ରସ୍ତୁତ ନିମନ୍ତେ ସ୍ମୃତିରଞ୍ଜନ ଜେନାଙ୍କ ନେତୃତ୍ୱରେ ମଧ୍ୟ ଏକ କମିଟି ଗଠନ କରାଯାଇଛି। ଏହି ଅବସରରେ କଲେଜରେ ନୂତନ ଭାବେ ଯୋଗଦେଇଥିବା ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସଂସଦର ସମ୍ପାଦକ ଡକ୍ଟର ପ୍ରମୋଦ କୁମାର ଦାସ ଗତ ସମ୍ମିଳନୀର ବିବରଣୀ ସହ ଆୟବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ସଭାପତି ତଥା ବର୍ତ୍ତମାନର ଉପଦେଷ୍ଟା ପ୍ରଫେସର ନନ୍ଦ କିଶୋର ପରିଡା ଓ ବିଶ୍ୱଜିତ ଦାସ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିବା ବେଳେ ଡକ୍ଟର କଳ୍ପନା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ