ଚିକିତ୍ସାଳୟରେ ରୋଗୀ ଚିକିତ୍ସା କାର୍ଯ୍ୟକୁ ପରିଦର୍ଶନ କଲେ ୟୁରୋ ସ୍କୁଲ ଛାତ୍ରଛାତ୍ରୀ
ଛତ୍ରପୁର,(ଓ୍ବାଇଏନଏସ) : ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ ସ୍କୁଲର ଛାତ୍ରଛାତ୍ରୀ ଶନିବାର ଅଧ୍ୟୟନ ଭ୍ରମଣରେ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନାର ରୋଗୀ ଚିକିତ୍ସା କାର୍ଯ୍ୟକୁ ପରିଦର୍ଶନ କରିଛନ୍ତି । ୟୁରୋ ସ୍କୁଲର ୟୁକେଜି ଶ୍ରେଣୀର ଛାତ୍ରଛାତ୍ରୀ ଶ୍ରେଣୀ ଶିକ୍ଷୟିତ୍ରୀ ରଞ୍ଜିତା ପଣ୍ଡା ଓ ସନ୍ଧ୍ୟାଙ୍କ ନେତୃତ୍ୱରେ ଉପଖଣ୍ଡ ଡାକ୍ତରଖାନାକୁ ଗସ୍ତ କରିଥିଲେ । ଡାକ୍ତରଖାନାରେ ଶିଶୁ ରୋଗୀଙ୍କ ଠାରୁ ବୃଦ୍ଧ ରୋଗୀଙ୍କୁ କିପରି ଡାକ୍ତର ମାନେ କିପରି ଚିକିତ୍ସା କରୁଛନ୍ତି । ପ୍ରଥମେ ପ୍ରାଥମିକ ଚିକିତ୍ସା ପରେ ରୋଗୀଙ୍କୁ ବିଭିନ୍ନ ପରୀକ୍ଷା ପାଇଁ ପରାମର୍ଶ ଦିଆଯାଉଥିବା ଏବଂ ଡାକ୍ତରଖାନାରେ ବେଡ୍ରେ ଥିବା ରୋଗୀମାନଙ୍କୁ ଡାକ୍ତର ଓ ନର୍ସମାନେ କିପରି ସେବା ଯୋଗାଇ ଦେଉଛନ୍ତି । ରୋଗୀଙ୍କ ରକ୍ତ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ପରୀକ୍ଷା ପାଇଁ ରୋଗୀମାନେ ଅପେକ୍ଷା କରିଥିବା । ନିରାମୟ କେନ୍ଦ୍ରରେ ରୋଗୀଙ୍କୁ ଔଷଧ ବିତରଣ । ସେହିପରି ଡାକ୍ତରଖାନା ପରିସରରେ ଥିବା ସମସ୍ତ କକ୍ଷ ଗୁଡିକୁ ଛାତ୍ରଛାତ୍ରୀମାନେ ପରିଦର୍ଶନ କରି ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ଛାତ୍ରଛାତ୍ରୀମାନେ ପରିଚିତ ହୋଇଥିଲେ । ଡାକ୍ତରମାନେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଭଲ ପାଠପଢ଼ି ଭବିଷ୍ୟତରେ ଡାକ୍ତର ହୋଇ ରୋଗୀ ସେବା କରିବାକୁ ପରାମର୍ଶ ଦେଇଥିଲେ । ଡାକ୍ତରଖାନାରେ ରୋଗୀଙ୍କୁ କିପରି ସେବା କରାଯାଇଥାଏ ଏ ବିଷୟ ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ବେଶ୍ ଉପକୃତ ହୋଇପାରିବ ଆଶା ନେଇ ସ୍କୁଲ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ସ୍କୁଲର ପୃଷ୍ଠପୋଷକ ସସ୍ମିତା ମହାପାତ୍ର କହିଛନ୍ତି ।