ଜନ ଅଭିଯୋଗ ଶୁଣାଣି ଶିବିର

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ପୈାରସଂସ୍ଥା ଟାଉନ ହଲରେ ଅନୁଷ୍ଠିତ ମିଳିତ ଜନଶୁଣାଣି ଶିବିରରେ ମୋଟ ୧୭୫ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ୧୫୫ଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ୨୦ଟି ସାମୂହିକ ଅଭିଯୋଗ ପଞ୍ଜିକୃତ ହୋଇଥିଲା। ରେଡ଼କ୍ରସ ପାଣ୍ଠିରୁୁ ଜଣଙ୍କୁ ୩ ହଜାର ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୪ ଜଣଙ୍କୁ ୭୦ ହଜାର ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରାଯାଇଥିଲା। ଅଭିଯୋଗ ଶୁଣାଣି କରିଥିବା ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଜିଲ୍ଲାପାଳ ରଘୁରାମ ଆର ଆୟାର, ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା,ଉପଜିଲ୍ଲାପାଳ ଅରୁଣ କୁମାର ନାୟକ,ନିର୍ବାହୀ ଅଧିକାରୀ ପୌରପରିଷଦ ଅଜିତ ନାରାୟଣ ଗିରିଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ ଆସନ୍ତା୧୧ ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ, ୧୮ ତାରିଖରେ ରାଜକନିକା ବ୍ଲକ କାର୍ଯ୍ୟାଳୟ, ଏବଂ ୨୫ ତାରିଖରେ ମାର୍ଶାଘାଇ ବ୍ଲକ କାର୍ଯ୍ୟାଳୟରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ