ଗାନ୍ଧୀଜୀଙ୍କ ୧୨୫ ବର୍ଷ ପୂର୍ତ୍ତି ଅବସରରେ ପଦଯାତ୍ରା
କଟକ, (ଓ୍ବାଇଏନଏସ): ଗାନ୍ଧୀଜୀ ଙ୍କ ଓଡିଶା ଗସ୍ତ ର ୧୨୫ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ପ୍ରଶାସନ ଏବଂ କଟକ ମହାନଗର ନିଗମ ପକ୍ଷରୁ ଏକ ସର୍ବଧର୍ମ ପ୍ରାଥନା ସଭା ର ଆୟୋଜନ କରାଯାଇଥିଲା। ଏହି କାର୍ଯକ୍ରମ ରେ ଗାନ୍ଧିଜୀ ଙ୍କ ସଂମାନର୍ଥେ ବହୁ ଗାନ୍ଧୀ ବାଦୀ ଲୋକ , ଛୋଟ ଛୋଟ ସ୍କୁଲ ପିଲା , ବରିଷ୍ଠ ନାଗରିକ , ସମାଜସେବୀ ,ଙ୍କ ମିଳିତ ପଦଯାତ୍ରା କଟକ ର ସ୍ୱରାଜ ଆଶ୍ରମ ଠାରୁ ବାହରୀ ଓଡ଼ିଆ ବଜ଼ାର ସ୍ତିତ ନେତାଜୀ ସୁବାସ ବୋଷ ଙ୍କ ଜନ୍ମ ସ୍ଥାନକୁ ଯିବାର ଆୟୋଜନ ହୋଇଥିଲା। ପଦଯାତ୍ରାଟି ପ୍ରଥମେ ସହିଦ ଭବନ ଠାରେ ପହଞ୍ଚି ଥିଲା ଓ ସେଠାରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ଙ୍କ ନେତୃତ୍ୱ ରେ କଟକ ମହାନଗର ନିଗମ ପଦଯାତ୍ରା ରେ ସମ୍ମିଳିତ ଥିବା ସମସ୍ତଙ୍କୁ ସ୍ୱାଗତ କରାଇବା ସହିତ ସମସ୍ତଙ୍କୁ ଅତେଥ୍ୟ ପ୍ରଦାନ କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମାନେ ସହିଦ ଭବନ ପରିସରରେ ଥିବା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୁର୍ତି ରେ ମାଲ୍ୟାପର୍ଣ କରିଥିଲେ ଓ ଶେଷରେ ପଦଯାତ୍ରା ଟି ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପ୍ରସ୍ଥାନ କରିଥିଲା। ଏହି ଅବସରରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ଙ୍କ ସହିତ ଓଡିଶା ପ୍ରଦେଶ କଂଗ୍ରେସ ର ସଭାପତି ଶ୍ରୀ ଭକ୍ତ ଚରଣ ଦାସ , ସି.ଏମ.ସି କମିଶନର କିରଣଦୀପ କୌର ସହୋତା, ଡେପୁଟି ମେୟର ଦମୟନ୍ତୀ ମାଝୀ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ ,ନାୟମୂର୍ତି ମନୋରଞ୍ଜନ ମହାନ୍ତି, କର୍ପୋରେଟର ସନ୍ତୋଷ ଭୋଳ , କର୍ପୋରେଟର ବନଲତା ପ୍ରଧାନ ,କର୍ପୋରେଟର ଲକ୍ଷ୍ମୀଧର ବେହେରା , କର୍ପୋରେଟର ଗଗନ ଓଝା , କଟକ ମହାନଗର ନିଗମ ର ସମସ୍ତ ଅଧିକାରୀ ଓ କର୍ମଚାରୀ , ଜିଲ୍ଲା ପ୍ରଶାସନ ର ଅଧିକାରୀ ଓ କର୍ମଚାରୀ , ଓଡିଶା ର କୋଣ ଅନୁକୋଣ ରୁ ବହୁ ଗାନ୍ଧୀ ବାଦୀ ନେତା, କଟକ ସହରର ବହୁ ବରିଷ୍ଠ ନାଗରିକ , ସ୍ଥାନୀୟ ଅଞ୍ଚଳ ର ଅନେକ ଛୋଟ ଛୋଟ ସ୍କୁଲ ପିଲା , ଦେବେନ୍ଦ୍ର ପାଣିଗ୍ରାହୀ ,ଦେବାଶିଷ ରାୟ,ନରେଶ କୁମାର ସାହୁ , ନନ୍ଦଲାଲ ସିଂ , ଦିପାୟନ ପଟ୍ଟନାୟକ, ସୁବୋଧ ସେଠୀ, ସୟଦ ଶେଖାୱତ୍ ଅଲି, ବହୁ ଯୁବପିଢ଼ି ପ୍ରମୁଖ ଉପସ୍ଥିତ ଥିଲେ।

 
             
						 
						 
						 
						 
						 
						
