ଅଁରା ଗ୍ରାମରେ ବାଜରଙ୍ଗି କ୍ଲବ ପକ୍ଷରୁ ଗଣେଶ ପୂଜା
ହାଟଡିହି, (ଓ୍ବାଇଏନଏସ): ହାଟଡିହି ବ୍ଲକ୍ର ବିଭିନ୍ନ ସ୍ଥାନରେ ପ୍ରଭୂ ଗଜାନନ ଙ୍କ ପୂଜା ବଡ ଧୁମ୍ ଧାମରେ ପାଳନ କରାଯାଉଛି। ଅଁରା ଗ୍ରାମରେ ବାଜରଙ୍ଗି କ୍ଲବ ପକ୍ଷରୁ ଚାଲିଥିବା ଏହି ଗଣେଶ ପୂଜା ୧୨ବର୍ଷରେ ପାଦ ଥାପି ଥିବାରୁ ୧୨ଫୁଟ ଉଚ୍ଚର ମୂର୍ତ୍ତୀ ନିର୍ମାଣ କରାଯାଇ ପୂଜାର୍ଚ୍ଚନା କରା ଯାଉଛି। କଳିଗାଁ ର ଜଣେ ଶିଳ୍ପୀଙ୍କ ଦ୍ୱାରା ଏହି ସୁଦୃଶ୍ୟ ମୂର୍ତ୍ତୀ ନିର୍ମାଣ କରାଯାଇଛି। ଆଜି ମଧ୍ୟାହ୍ନରେ ନିକଟସ୍ଥ ପୋଖରୀରୁ ଘଟୋତ୍ତଳନ କରାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉଛି। ୮ଦିନ ଧରି ଏହି ପୂଜା କାର୍ଯ୍ୟକ୍ରମ ଥିବାରୁ ପୂଜା ମଣ୍ଡପକୁ ରଙ୍ଗୀନ ଆଲୋକ ମାଳାରେ ସୁସଜ୍ଜିତ କରଯାଇଛି। ପ୍ରତିଦିନ ଭଜନ ସନ୍ଧ୍ୟା ଥିବା ବେଳେ ଆସନ୍ତା କାଲି ପୁରୀ ଓ ତା ପରଦିନ ଭୁବନେଶ୍ୱରରୁ କଣ୍ଠଶିଳ୍ପୀ ମାନେ ଯୋଗଦେଇ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ବିଶ୍ଵନାଥ ବେହେରା, ସନ୍ତୋଷ ପରିଡ଼ା, ସାଗର ରାଉତ, ଶିବ ପ୍ରସାଦ ରାଉତ, ପ୍ରିୟରଞ୍ଜନ ରାଜ, ଶକ୍ତିଧର ରାଉତ, ରାଜେନ୍ଦ୍ର ଖଣ୍ଡେଇ, ବିଜନ ବେହେରା, ଧବଳେଶ୍ଵର ବେହେରା, ମହେଶ୍ଵର ଆଇଚ, ସୁରେଶ ବାରିକ, ଶିବ ସୂତାର, ସୌମ୍ୟ ରଂଜନ ରାଜ, ସୁଶିଲ ବେହେରା, ରାଜା ନାୟକ ପ୍ରମୁଖ କ୍ଲବ ସଦସ୍ୟମାନେ ପୂଜାରେ ସାମିଲ ହେଇଛନ୍ତି ।


