ଥମୁନି ହାତୀ ଉପଦ୍ରବ,ଭାଙ୍ଗୁଛନ୍ତି ଘର

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ଉଖୁଣ୍ଡା ବନାଞ୍ଚଳ ରକଞ୍ଚନଡୁମୁରିଆ, ରାଧିକାଦେଇପୁର,ନିଶ୍ଚିନ୍ତପୁର ଜଙ୍ଗଲ ରେ ଆଶ୍ରୟ ନେଇଥିବା ୩୨ ଟିକିଆ ହାତୀପଲ ଗୁରୁବାର ରାତିରେ ପୁଣିଥରେ ଉପଦ୍ରବ କରିଥିବା ଦେଖିବାକୁ ମିଳିଛି। ନିଶ୍ଚିନ୍ତପୁର ଜଙ୍ଗଲ ରୁ ହାତୀ ବାହାରି କଞ୍ଚନଡୁମୁରିଆ ଗ୍ରାମରେ ପହଞ୍ଚି ଗ୍ରାମର ଦିଲିପ କୁମାର ମହାନ୍ତ ଙ୍କ ଘର ଭାଙ୍ଗିବା ସହିତ। ଘରେ ରହିଥିବାରୁ ସାଇତା ଥିବା ଧାନ ଓ ଚାଉଳ କୁ ଖାଇଥିଲେ।ବନ ବିଭାଗ ଓ ଗ୍ରାମବାସୀ ମିଳିତ ଭାବରେ ହାତୀକୁ ସେଠାରୁ ଘୋଉଡାଇ ଦେବା ପରେ କଞ୍ଚନଡୁମୁରିଆ ଗ୍ରାମର ଚାଷ ଜମି ରେ ପଶି ଧାନ ଫସଲ କୁ ଖାଇବା ସହିତ ପାଦରେ ଦଳି ଚକଟି ଦେଇଛନ୍ତି।  ସେଠାରୁ ହାତୀ ପଲ ବାହାରି ବାରିଆ ଗ୍ରାମର ମନ୍ଦାର ଦାଣ୍ଡିଆ ର ଘର ଭାଙ୍ଗିବା ସହିତ ଘର ଭିତରେ ଥିବା ଧାନ ଚାଉଳ କୁ ଅନାୟସରେ ଖାଇ ଯାଇଥିଲେ। ସ୍ଥାନୀୟ ଗ୍ରାମବାସୀ ବାଣ ଫୁଟାଇବାରୁ ହାତୀ ମାରେ ସେଠାରୁ ରାଣୀପୁର ଅଭିମୁଖେ ଯାଇଥିଲେ। ହାତୀ ଦଳ ଗଲା ବେଳେ ରାଣୀପୁର ସମେତ କେନ୍ଦୁଆ, ବଡଡୁମୁରିଆ, ଗୋବିନ୍ଦପୁର,ବାଲିପଶି ବିଲ ଖମାରରେ ପଶି ଧାନକୁ ଯେତିକି ଖାଇ ନାହାନ୍ତି ତାର ୧୦ ଗୁଣା ପାଦରେ ଦଳି ଚକଟି ନଷ୍ଟ କରି ଦେଉଛନ୍ତି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି। ହାତୀ ଗୁଡିକ ବର୍ତ୍ତମାନ ବାଲିବନ୍ଧ ବନାଞ୍ଚଳ ର ଲକ୍ଷ୍ମୀପଶି ରେ ପ୍ରବେଶ କରିଛନ୍ତି। ହାତୀ ଗୁଡିକ ବର୍ତ୍ତମାନ ସୋଲଗୁଡା ମଧୁପୁର ମଧ୍ୟ ଭାଗରେ ରହିଥିବା ଜଙ୍ଗଲରେ ଆଶ୍ରୟ ନେଇଛନ୍ତି। ହାତୀ ଆଶ୍ରୟ ନେଇଥିବା ସ୍ଥାନରେ ବାଲିବନ୍ଧ ବନପାଳ ସମେତ ଲକ୍ଷ୍ମୀପଶି ବିଟର ବନରଖି, ଗଜସାଥି ମାନେ ଉପସ୍ଥିତ ରହି ହାତୀ ମାନଙ୍କ ଗତିବିଧି କୁ ଲକ୍ଷ ରଖିଛନ୍ତି। ହାତୀ ଆଶ୍ରୟ ନେଇଥିବା ସ୍ଥାନକୁ ଯିବା ପାଇଁ ବନ ବିଭାଗ ତରଫରୁ ସଂପୂର୍ଣ୍ଣ ବାରଣ କରିବା ସତ୍ତ୍ୱେ କିଛି ଅମାନିଆ ହାତୀ ପାଖକୁ ଯାଉଥିବା ଦେଖିବାକୁ ମିଳିଛି। ହାତୀ ମାନେ ଯେପରି କାହାରି କିଛି କ୍ଷତି ନକରିବେ ସେଥିପାଇଁ ବନ ବିଭାଗ ତରଫରୁ ସ୍ବତନ୍ତ୍ର ଦୃଷ୍ଟି ଦିଆ ଯାଇଛି ବୋଲି ବାଲିବନ୍ଧ ବନପାଳ ସୂଚନା ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ