ମୁଖ୍ୟମନ୍ତ୍ରୀ ବସ୍ ରେ ଯାତ୍ରୀଙ୍କୁ ଦୁର୍ବ୍ୟବହାର

ହାଟଡିହି (ଓ୍ବାଇଏନଏସ): ମୁଖ୍ୟମନ୍ତ୍ରୀ ବସ୍ ରେ ଯାତ୍ରୀଙ୍କୁ ଦୁର୍ବ୍ୟବହାର କରଯାଇଥିବା ନେଇ ଅଭିଯୋଗ ହୋଇଛି। ହାବଳେଶ୍ଵର ଅଞ୍ଚଳର ଜଣେ ବ୍ୟକ୍ତି ଆଜି ମଧ୍ୟାହ୍ନରେ ଅଣା ଛକରୁ ମୂଖ୍ୟମନ୍ତ୍ରୀ ବସ ଯୋଗେ ନିଜ ଗାଁକୁ ଫେରୁଥିଲେ। ବସରେ ସିଟ ନଥିବାରୁ ସେ ଠିଆ ହୋଇ ଯାଉଥିଲେ। ରମ୍ପାସ ଛକରେ ଜଣେ ଯାତ୍ରୀ ଓହ୍ଲାଇ ବାରୁ ସେ ସେହି ସିଟରେ ବସିପଡିଲେ। କିନ୍ତୁ ପାଖରେ ଜଣେ ଝିଅ ଠିଆ ହୋଇ ଥିବାରୁ ବସ ଚାଳକ ଉକ୍ତ ବ୍ୟକ୍ତିଙ୍କୁ ସିଟ ଛାଡ଼ିବାକୁ କହିଥିଲା ମାତ୍ର ବ୍ୟକ୍ତି ଜଣକ ଅସୁସ୍ଥ ଥିବା ଦର୍ଶାଇ ସିଟ ଛାଡ଼ିବାକୁ ମନା କରିବାରୁ ଚାଳକ ଜଣକ ତାଙ୍କୁ ଦୁର୍ବ୍ୟବହାର କରିଥିଲା। ଚାଳକଙ୍କ ବ୍ୟବହାରରେ ଅତିଷ୍ଠ ବ୍ୟକ୍ତି ଜଣକ ବାଧ୍ୟ ହୋଇ ସିଟ ଛାଡିଥିଲେ। ବସ ଭଡ଼ା ୧୦ଟଙ୍କା ଥିବା ବେଳେ ତାଙ୍କ ଠାରୁ ୧୫ଟଙ୍କା ନିଆଯାଇଥିବା ସେ କହିଛନ୍ତି। ସେ ଅଣା ଛକରୁ ବସ୍ ଚଢ଼ିଥିବା ବେଳେ ହାଟଡିହି ରୁ ଚଢିଥିବା ଉଲ୍ଲେଖ କରି ଅତିରିକ୍ତ ୫ଟଙ୍କା ନିଆ ଯାଇଛି ବୋଲି ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବସ ସେବାର ସୁପର ଭାଇଜର ରାଜ କିଶୋର ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଅଭିଯୋଗ ପାଇଛି ଓ ଚାଳକକୁ ପଚରା ଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ