ଡେଙ୍ଗାପଦର ଶ୍ରଦ୍ଧାଶ୍ରୀ କୋଚିଙ୍ଗ ଜୋନର ବାର୍ଷିକ ଉତ୍ସବ
ବୁଗୁଡ଼ା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବାଲିପଦର ନିକଟସ୍ଥ ଡେଙ୍ଗାପଦର ଗ୍ରାମର ଶ୍ରଦ୍ଧାଶ୍ରୀ କୋଚିଙ୍ଗ ଜୋନ ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୁବ ସମାଜସେବୀ କାହ୍ନୁ ଚରଣ ଗୌଡ଼ ଅଧ୍ୟକ୍ଷତା କରିଥିବା ବେଳେ ପବିତ୍ର କୁମାର ଭୋଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ମୁଖ୍ଯ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନଗେନ୍ଦ୍ର ନାଥ ଷଢଙ୍ଗୀ ଓ ମୁଖ୍ଯବକ୍ତା ଭାବେ ଅବସରପ୍ରାପ୍ତ ପ୍ରିନ୍ସପାଲ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଓ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦ୍ବିତୀକୃଷ୍ଣ ବିଶ୍ବାଳ, ଆଇ.ଟି.ଆଇ ଅଧ୍ଯକ୍ଷ ଏ. ସରଭିସ୍ ଆଚାରୀ, କାର୍ତ୍ତିକେଶ୍ଵର ଲେଙ୍କା ଓ ମହିମା ନାୟକ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନେ ସିଲ୍ ଓ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


