ଖେଳାଳୀ ଚୟନ ପାଇଁ କେନ୍ଦ୍ରାପଡାର ଯୋଗଦେଲେ ୨୯ଜଣ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): ଆସନ୍ତା ୨୨ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ରାଞ୍ଚିର ମୋରାବାଡି ଫୁଟବଲ ଷ୍ଟାଡିୟମରେ ୩୬ତମ ପୂର୍ବ ଜୋନ କନିଷ୍ଠ ଆଥଲେଟିକ ଚମ୍ପିଆନସିପ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ରାଜ୍ୟ ଆଥଲେଟିକ ଆସୋସିଏସନ ଦ୍ୱାରା କଟକ ବାରବାଟି ଷ୍ଟାଡିୟମ ପୋଲିସ ପଡିଆରେ ଚଳିତମାସ ୬ରୁ ୭ତାରିଖ ଦୁଇଦିନ ଧରି ଖେଳାଳୀ ଚୟନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରାପଡା ଆଥଲେଟିକ ଆସୋସିଏସନ ପକ୍ଷରୁ ୧୪ରୁ ୨୦ବର୍ଷ ବୟସର ୨୯ଜଣ ଖେଳାଳୀ ଯୋଗଦେଇଥିଲେ। ଚୟନ ଶିବିରରେ ଲମ୍ବଡିଆଁ, ଉଚ୍ଚାଡିଆଁ, ୬୦ମିଟର, ୨ଶହ ମିଟର, ୪ଶହ ମିଟର, ୬ଶହ ମିଟର, ଏକହଜାର, ତିନିହଜାର, ୫ହଜାର ମିଟର ଦୈାଡ, ସଟପୁଟ୍ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚୟନ ଶିବିରରେ ଯୋଗଦେବାକୁ କେନ୍ଦ୍ରାପଡାରୁ ୨୯ଜଣ ଖେଳାଳୀଙ୍କୁ ନେଇ ଆଥଲେଟିକ କୋଚ ସେକ ସୈାକତ ଖାନ, ମ୍ୟାନେଜର ସୁହାନା ପରୱିନ, ଖ୍ୱାଜା ରମଜାନୀ ଓ ସେକ ଆବାସ ପ୍ରମୁଖ କଟକ ଯାଇଥିଲେ। ରାଜ୍ୟ ଆଥଲେଟିକ ଆସୋସିଏସନ ପକ୍ଷରୁ ଚୟନ ହୋଇଥିବା ଖେଳାଳୀଙ୍କ ସମ୍ପର୍କରେ ପତ୍ର ପାଇବା ପରେ ଖେଳାଳୀମାନେ ରାଞ୍ଚିର ମୋରାବାଡି ଫୁଟବଲ ଷ୍ଟାଡିୟମରେ ହେବାକୁ ଥିବା କନିଷ୍ଠ ଆଥଲେଟିକ ଚମ୍ପିଆନସିପ ପ୍ରତିଯୋଗିତାରେ ଭାଗ ନେବାକୁ ଯାତ୍ରା କରିବେ ବୋଲି ଆଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ଓ ପୂର୍ବତନ ଭଲିବଲ ଖେଳାଳୀ ବିକାଶ ଖୁଣ୍ଟିଆ ପ୍ରମୁଖ କହିଛନ୍ତି।


