ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅନୁଷ୍ଠିତ
ହାଟଡିହି(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ସ୍ୱାତୀ ସିଂଙ୍କ ସଂଯୋଜନା ରେ ବିଡ଼ିଓ ରଂଜନ କୁମାର ପରିଡ଼ା, ଶରତ କୁମାର ବେଜ୍ ,ପ୍ରତୀକ ଆନନ୍ଦ, ବରିଷ୍ଠ ନାଗରିକ ବୃନ୍ଦାବନ ପଣ୍ଡା ପ୍ରମୁଖ ଯୋଗ ଦେଇ ଆନ୍ତର୍ଜାତିକ ସ୍ତରରେ ବରିଷ୍ଠ ନାଗରିକ ମାନଙ୍କୁ କିଭଳି ପ୍ରାଧାନ୍ୟ ଦିଆଯାଇଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ। ସରକାରଙ୍କ ତରଫରୁ ସବୁ ପ୍ରକାରର ସୁବିଧା ସୁଯୋଗ ନାଗରିକ ମାନଙ୍କୁ ଗୁରୂତ୍ଵ ଦିଆଯାଇଛି। ତେଣୁ ଆଜିର ଦିନରେ ବରିଷ୍ଠ ନାଗରିକ ମାନଙ୍କ ଠାରୁ ବର୍ତମାନର ଯୁବପିଢୀ ବହୁତ କିଛି ଶିଖିବା ଜାଣିବା ଆବଶ୍ୟକ ବୋଲି ବିଡ଼ିଓ ଶ୍ରୀ ପରିଡ଼ା ମତବ୍ୟକ୍ତ କରିଛନ୍ତି। ଏହି ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସରେ ସ୍ୱାଧୀନତା ସଂଗ୍ରାମୀ ତଥା ବରିଷ୍ଠ ନାଗରିକ ଲକ୍ଷ୍ମୀଧର ଓଝାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ତା ସହିତ ମରୈଗାଁ ପଞ୍ଚାୟତ ନିଶଙ୍ଗପୁର ଗ୍ରାମର ରଥ ଜେନା ଙ୍କୁ ନୂତନ ଭତ୍ତା ପ୍ରଦାନ କରାଯାଇଥିଲା।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ନାରାୟଣ ରାଉତ, ହୃଷୀକେଶ ପରୀଡା, ଅଲେଖ ବେହେରା, ରଥ ଜେନା ପ୍ରମୁଖ ଉପସ୍ଥିତ ଥିଲା ବେଳେ ସୁଦର୍ଶନ ଘଡେ଼ଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


