ବାଲି ପରିବହନରେ ରୋକ ଲଗାଇବାକୁ ଏକାଠି ହେଲେ ମହିଳା

ହାଟଡିହି (ଓ୍ବାଇଏନଏସ) : ରାସ୍ତା ଘାଟର ସୁଧାର ନ ଆଣି ବେପରୁଆ ଭାବେ ଭାରୀଯାନ ରେ ବାଲି ପରିବହନ ହେଉଥିବାରୁ ସମଗ୍ର ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ବାଲି ପରିବହନରେ ରୋକ ଲଗାଇବାକୁ ଏକାଠି ହୋଇଛନ୍ତି ଚାଷଖଣ୍ଡ ଗ୍ରାମର ମହିଳା। ସେମାନେ ଚାଷଖଣ୍ଡ ସ୍କୁଲ ନିକଟରେ ଦୁଇଟି କଂକ୍ରିଟ ପିଲର ନିର୍ମାଣ କରି ଯେପରି ବାଲିଗାଡି ଯାଇ ନପାରିବ ସେନେଇ ପଦକ୍ଷେପ ନେଇଛନ୍ତି। ଏହି ରାସ୍ତାର ଅବସ୍ଥା ଶୋଚନୀୟ ଥିବାବେଳେ ବୈତରଣୀ ନଦୀର ବାଲି ଘାଟରୁ ନିୟମିତ ବାଲି ବୋଝେଇ ହାଇୱା ଯାତାୟାତ କରିବା ଦ୍ୱାରା ସାଧାରଣ ଲୋକେ ସାଇକେଲ କି  ଚାଲିକରି ଯିବାକୁ ଭୟ କରୁଛନ୍ତି।  ଏପରିକି ଛାତ୍ର ଛାତ୍ରୀ ମାନେ ସ୍କୁକଲ କଲେଜ ଯିବାକୁ ଅସୁରକ୍ଷିତ ମଣୁଛନ୍ତି। ବାରମ୍ବାର ଦାବି ସତ୍ୱେ ରାସ୍ତା ନିର୍ମାଣତ ଦୂରର କଥା ରାସ୍ତା ମରାମତି ମଧ୍ୟ ହେଉନି। ଅନେକ ସମୟରେ ବାଲି ବୋଝେଇ ଗାଡି ଓଲଟି ପଡୁଥିବାରୁ ଧନ ଜୀବନ କ୍ଷତିର ଆଶଙ୍କା ଥିବାରୁ ଏପରି ପଦକ୍ଷେପ ନେଇଥିବା ମହିଳା ମାନେ କହିଛନ୍ତି।  ଗତ କିଛିଦିନ ତଳେ ଗେଡ଼ ମା ପଞ୍ଚାୟତ ଜଳସରପୁର ଗ୍ରାମବାସୀ ମାନେ ମଧ୍ୟ  ଶାଳଣିଆଁ – ଜଳସରପୁର ରାସ୍ତାରେ ଦୁଇଟି କଂକ୍ରିଟ ପିଲର ତିଆରି କରି ବଡ଼ ଗାଡି ଚଳାଚଳ ବନ୍ଦ କରିଦେଇଛନ୍ତି। ଫଳରେ ଏହି ଗ୍ରାମ୍ୟ ଉନ୍ନୟନ ରାସ୍ତାରେ କେବଳ ଚାରି ଚକିଆ ଗାଡି ବ୍ୟତୀତ ଅନ୍ୟ ଗାଡି ଯାଇପାରୁନି। ବେ ଆଇନି ବାଲି ପରିବହନ ପାଇଁ ଏପରି ପଦକ୍ଷେପ ନେଇଥିବା ଜଳସରପୁର ଗ୍ରାମବାସୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ