ଡେପୁଟି ଡାଇରେକ୍ଟରଙ୍କ ଦ୍ଵାରା ସ୍କୁଲ ଶିକ୍ଷାଦାନ ତଦାରଖ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ସରକାରୀ ବିଦ୍ୟାଳୟ ଗୁଡ଼ିକ ରେ ଶିକ୍ଷା ଦାନ କିପରି ଚାଲିଛି,ପିଲା ମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରା ଯାଇଛି କି ନାହିଁ ତାହା ତଦାରଖ କରିବା ପାଇଁ ସରକାର ତରଫରୁ ଶିକ୍ଷା ବିଭାଗ କୁ ନିର୍ଦେଶ ଦେଇଛନ୍ତି। ସରକାର ଙ୍କ ନିର୍ଦ୍ଦେଶ ପାଇବା ପରେ ଶିକ୍ଷା ବିଭାଗର ଡେପୁଟି ଡାଇରେକ୍ଟର ହିମାଂଶୁ ଭୁଷଣ ଓଝା ଶନିବାର ଦିନ ଝୁମ୍ପୁରା ବ୍ଲକ ଗ୍ରସ୍ତ କରି ବିଦ୍ୟାଳୟ ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ବ୍ଲକ ରେ ଡେପୁଟି ଡାଇରେକ୍ଟର ଶ୍ରୀ ଓଝା ପହଞ୍ଚିବା ପରେ ଝୁମ୍ପୁରା ନୋଡାଲ ବିଦ୍ୟାଳୟର କୁ ପରିଦର୍ଶନ କରିବା ସହିତ ବିଦ୍ୟାଳୟ ର ପରିବେଶ ଠାରୁ ଆରମ୍ଭ କରି ବିଦ୍ୟାଳୟ ର ସ୍ବଚ୍ଛତା, ମଧ୍ୟାହ୍ନ ଭୋଜନ ଏବଂ ପିଲା ମାନଙ୍କୁ କିପରି ଶିକ୍ଷା ଦାନ କରା ଯାଇଛି ସେ ସମ୍ପର୍କରେ ଟିକିନିଖି ତଦାରଖ କରିବା ସହିତ ପିଲା ମାନଙ୍କ ଶ୍ରେଣୀ ଗୃହ କୁ ଯାଇ ପିଲା ମାନଙ୍କ ସହିତ ବସି ପିଲା ମାନଙ୍କୁ କିଛି ପ୍ରଶ୍ନ ପଚାରି ବୁଝିଥିଲେ।। ବିଦ୍ୟାଳୟ ର ସମସ୍ତ କାଗଜପତ୍ର କୁ ଯାଞ୍ଚ କରିଥିବା ଦେଖିବାକୁ ମିଳିଛି। ଡେପୁଟି ଡାଇରେକ୍ଟର ଶ୍ରୀ ଓଝା ସ୍କୁଲ ପରିଦର୍ଶନ କରିବା ସମୟରେ ଉପସ୍ଥିତ ରହିଥିଲେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା, ଝୁମ୍ପୁରା ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମିଶ୍ର ,ବିଆର ସି ସି ନବ କିଶୋର ସାମଲ ପ୍ରମୁଖ। ଝୁମ୍ପୁରା ବ୍ଲକର ସ୍କୁଲ ପରିଦର୍ଶନ ସାରି ଯୋଡା ବ୍ଲକକୁ ଯାଇଥିବା ଜଣାଯାଇଛି।


