କଂଗ୍ରେସ ର ଆଜି ସମ୍ବିଧାନ ବଞ୍ଚାଅ ରାଲି
ନୂଆଦିଲ୍ଲୀ- ସମ୍ବିଧାନ ବଞ୍ଚାଅ, ଭାରତ ବଞ୍ଚା ଏହି ନାରିଦେଇ ଶନିବାର ୧୩୪ତମ ପ୍ରତିଷ୍ଠା ଦିବସ ଅବସରରେ କଂଗ୍ରେସ ପାର୍ଟି ସମଗ୍ର ଦେଶରେ ‘ସିଏଏ’ ବିରୋଧରେ ଫ୍ଲାଗ୍ ମାର୍ଚ ଆରମ୍ଭ କରୁଛି। ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ଦିଲ୍ଲୀସ୍ଥିତ ‘ଏଆଇସିସି’ର ମୁଖ୍ୟାଳୟରେ ଦଳର ପତାକା ଉତ୍ତୋଳନ କରିବେ। ଅଲ୍ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସଚିବ କେ. ସି. ବେଣୁଗୋପାଳ ଗଣମାଧ୍ୟମକୁ କହିଛନ୍ତି: ‘ଏଆଇସିସି’ ମୁଖ୍ୟାଳୟରେ ପତାକା ଉତ୍ତୋଳନ କରାଯାଇ ଦଳର ପ୍ରତିଷ୍ଠା ଦିବସ ପାଳନ କରାଯିବ। ନିଜ ନିଜର ରାଜ୍ୟ ରାଜଧାନୀରେ କଂଗ୍ରେସ ପାର୍ଟିର ପତାକା ଉତ୍ତୋଳନ କରିବା ପରେ ପ୍ରଦେଶ କଂଗ୍ରେସର ସଭାପତିମାନେ ଫ୍ଲାଗ୍ ମାର୍ଚ ଆରମ୍ଭ କରିବେ। ସେମାନେ ନିଜ ନିଜର ଭାଷାରେ ସମ୍ବିଧାନର ମୁଖବନ୍ଧ ମଧ୍ୟ ପାଠ କରିବେ।


