ଦିଲ୍ଲୀ ରେ ଭୟଙ୍କର ବିସ୍ପୋରଣ ପରେ ଜଳପଥରେ କଡାକଡି ପାଟ୍ରୋଲିଂ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ସୋମବାର ସନ୍ଧ୍ୟାରେ ଏକ କାରରେ ଶକ୍ତିଶାଳୀ ବିସ୍ପୋରଣ ଘଟିଛି। ବିସ୍ପୋରଣ ଯୋଗୁଁ ଭୟ ଓ ଆତଙ୍କ ଖେଳିଯାଇଛି। ଆତଙ୍କବାଦୀ ଙ୍କ ସମ୍ଭାବ୍ୟ ଆକ୍ରମଣ କିମ୍ବା ଆତ୍ମଘାତି ବିସ୍ପୋରଣ ଘଟାଇ ଧନଜୀବନ ହାନୀର ଆଶଙ୍କା ଥିବାରୁ ଏହାକୁ ପ୍ରତିହତ କରିବା ନିମନ୍ତେ ପୁଲିସର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଛି।ଏ ନେଇ ପୁରୀ ଏସପି ସୋମବାର ରାତିରୁ ସଜାଗ ହୋଇଯାଇଛି।ଅସ୍ତରଙ୍ଗ ଠାରୁ ସାତପଡା ପର୍ଯ୍ୟନ୍ତ ୧୫୦କିଲୋମିଟର ଉପକୂଳ ସୁରକ୍ଷା ପାଟ୍ରୋଲିଂ ମଧ୍ୟ କଡାକଡି ହୋଇଛି। ଏ ନେଇ ସୋମବାର ରାତିରୁ ନୂଆଗଡ ସାମୁଦ୍ରିକ ଥାନାଧିକାରୀ ଅଚ୍ୟୁତାନନ୍ଦ ବେହେରା ଙ୍କ ତତ୍ୱାବଧାନ କ୍ରମେ ନୂଆଗଡ ଜେଠି ନିକଟରୁ ସମୁଦ୍ର ମଧ୍ୟରେ ଦୁଇଟି ବୋଟ ମାଧ୍ୟ୍ୟମରେ ଟେକ୍ନିକାଲ ଷ୍ଟାଫ ଓ ସାମୁଦ୍ରିକ ଥାନା ପୋଲିସ ୨୪ଘଣ୍ଟିଆ ପାଟ୍ରୋଲିଂ ଜାରି ରଖିଛନ୍ତି। ସନ୍ଦିଗ୍ଧ ବ୍ୟକ୍ତି ବା ଜିନିଷ ଦେଖିଲେ ତତ୍କାଳ କାର୍ଯ୍ୟାନୁଷ୍ଠାନ ହେବ ପୋଲିସ ତରଫରୁ ସୂଚନା ମିଳିଛି। ଲୋକ ମାନଙ୍କୁ ସଚେତନ କରାଯାଉଛି। କୌଣସି ଠାରେ ସନ୍ଧିଗ୍ଧ ବ୍ୟକ୍ତି ବା ଜିନିଷ ଦେଖିଲେ ପୁଲିସ କୁ ଜଣାଇବାକୁ ସୂଚନା ଜାରି ହୋଇଛି।କିନ୍ତୁ ଅନୁପ୍ରବେଶକାରୀ ଙ୍କୁ ପ୍ରତିହତ ପାଇଁ ସାମୁଦ୍ରିକ ଥାନା ପୋଲିସ ଙ୍କ ନିକଟରେ ସେମିତି କିଛି ଆନୁସଙ୍ଗିକ ବ୍ୟବସ୍ଥା ନାହିଁ। ଅନୁପ୍ରବେଶକାରୀ ଙ୍କୁ ରୋକିବାକୁ ସାମୁଦ୍ରିକ ଥାନା ପୁଲିସ ଯଥେଷ୍ଟ ପରିମାଣର ଅସ୍ତ୍ରଶସ୍ତ୍ର ନାହିଁ। ସମୁଦ୍ର ଜଳ ପଥରେ ପୁରୀ, ବାଲେଶ୍ୱର, ପାରାଦ୍ୱୀପ ସମେତ ସଂଲଗ୍ନ ଦେବୀ ନଦୀ ଓ ଶାଖା ନଦୀ ଦେଇ ବିଭିନ୍ନ ଜିଲ୍ଲା କୁ ବାଟ ଖୋଲିଚି। ଆତଙ୍କବାଦୀ ଓ ବାଙ୍ଗାଲାଦେଶୀ ଅନୁପ୍ରବେଶକାରୀ ଜଳପଥଦେଇ ପଶି ଆସିଲେ ସେମାନଙ୍କୁ ସାମ୍ନା କରିବାକୁ ସର୍ବନିମ୍ନ ବ୍ୟବସ୍ଥା ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ