ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକର ଚଉଠିଆ ବାରୁଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗବାନ ମିଶ୍ର ଙ୍କ ସଭାପତିତ୍ବରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ହୃଦାନନ୍ଦ ଅଢା ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଆରସିସି ନବକିଶୋର ସାମଲ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ଚରଣ ସାହୁ, ଜୟନ୍ତୀ ମଲ୍ଲିକ , ସରପଞ୍ଚ ଅନୁପମା ମୁଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ। ଯୋଗଦାନ କରିଥିବା ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଲେ ଯେ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଜ୍ଞାନ ଲୁଚି ରହିଛି। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଲୁଚି ରହିଥିବା ଜ୍ଞାନ କୁ ପ୍ରଦର୍ଶିତ କରିବା ପାଇଁ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଆୟୋଜନ କରା ଯାଇଛି ବୋଲି ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ। ବ୍ଲକ ରେ ରହିଥିବା ୨୧୦ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ୩୫ ଟି ଉଚ୍ଚ ବିଦ୍ୟାଳୟ ରୁ ୧୧୦ ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସମସ୍ତ ପ୍ରକଳ୍ପ ଗୁଡିକ ଅତିଥି ମାନେ ପରିଦର୍ଶନ କରିବା ସହ ପ୍ରକ୍ଳପ ନିର୍ମାଣ କରିଥିବା କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ। ବଲ ବୈଜ୍ଞାନିକ ପ୍ରଦର୍ଶନୀ ରେ ନିଯୁକ୍ତି ହୋଇଥିବା ବିଚାରକୁ ମାନଙ୍କ ଦ୍ୱାରା ମୂଲ୍ୟାଙ୍କନ କରି ୭ ଟି ପ୍ରକଳ୍ପ କୁ ଜିଲ୍ଲାସ୍ତରରେ ହେବାକୁ ଥିବା ପ୍ରଦର୍ଶନୀ ପାଇଁ ମନୋନୀତ କରିଛନ୍ତି। ବାଲ ବୈଜ୍ଞାନିକ ପ୍ରଦର୍ଶନୀ କୁ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ