ଅଦିନିଆ ବର୍ଷାରେ ଭିଜିଗଲା କୋଟି କୋଟି ଟଙ୍କାର ଅମଳ ଧାନ,ଚାଷି ମୁଣ୍ଡରେ ଚଡକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାରେ ଗତକାଲି ରାତ୍ରର ଅଦିନିଆ ବର୍ଷା ଯୋଗୁଁ କୋଟି କୋଟି ଟଙ୍କାର ଅମଳ ଧାନ ସମ୍ପୁର୍ଣ୍ଣ ଭାବେ ଭିଜିଯାଇ ନଷ୍ଟ ହୋଇଯାଇଛି । ବର୍ଷସାରା କଠିନ ପରିଶ୍ରମ କରି ଅର୍ଜନ କରିଥିବା ଧାନ ହଠାତ୍ ଅଦିନିଆ ବର୍ଷା ଯୋଗୁଁ ନଷ୍ଟ ହେବାରେ ଚାଷିକୁଳ ଚଳିତ ବର୍ଷ କିପରି ବଞ୍ଚି ରହିବେ ଏବଂ ଚାଷ ବେଉଷାରେ ଧାରକରଜ କରି ଖର୍ଚ୍ଚ କରିଥିବା ଟଙ୍କାକୁ ପରିଶୋଧ କରିବେ କିପରି ବୋଲି ଅତ୍ୟନ୍ତ ମ୍ରୀୟମାଣ ହୋଇପଡିଛନ୍ତି ଗଜପତି ଚାଷି । ଘଟଣାରୁ ପ୍ରକାଶ ଗତକାଲି ରାତ୍ର ୭.୩୦ସମୟରୁ ୯.୩୦ ପର୍ଯ୍ୟନ୍ତ ୨ଘଣ୍ଟା ଧରି ହଠାତ୍ ଅଦିନିଆ ବୃଷ୍ଟିପାତ ହୋଇଥିଲା । ଏହା ଦ୍ୱାରା ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର,କାଶୀନଗ.ଗୁମ୍ମା ଓ ଗୋଷାଣୀ ବ୍ଲକରେ ଚାଷିଙ୍କ ଅମଳ ଧାନ ମଣ୍ଡିରେ ବିକ୍ରି ପାଇଁ ଚାଷିମାନେ ରଖିଥିଲେ । ହଠାତ୍ ଏହି ବର୍ଷା ଯୋଗୁଁ ଖୋଲା ଆକାଶ ତଳେ ପଡିଥିବା ଶହ ଶହ ଧାନ ଗଦା ଚାଷି ମାନଙ୍କ ଆଗରେ ସମ୍ପୁର୍ଣ୍ଣ ଭାବେ ଭିଜି ଯାଇଥିଲା ଏ ନେଇ ଗଜପତି ଜିଲ୍ଲା କୃଷକ ସଙ୍ଘର ସବାପତ୍ ସୁର୍ଯ୍ୟ ନାରାୟଣ ପଟ୍ଟନାୟକ,ଅଗ୍ରଣୀ ଚାଷି ଏଡଲା ରାମଦାସ,ଜି.ନାଗୁ,ୱାଇ.ରାମୁଲୁ,ଏ.ଲକ୍ଷ୍ମୀ ନାରାୟଣ,ସତୀଶ ଚୌଧୁରୀ,କୁନା ସାହୁ,ରାମକୃଣ୍ଣ ପାତ୍ର, ତାରିଣୀ ନାୟକ,କୃଣ୍ଣ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ କହିଛନ୍ତି ଗତ ରାତ୍ରର ହଠାତ୍ ଅଦିନିଆ ବର୍ଷା ଯୋଗୁଁ ପାରଳାଖେମୁଣ୍ଡି ସହର,କାଶୀନଗ.ଗୁମ୍ମା ଓ ଗୋଷାଣୀ ବ୍ଲକ ଅଞ୍ଚଳରେ ୨୦ହଜାରରୁ ଉର୍ଦ୍ଧ କୁଇଣ୍ଟାଲ ଧାନ ସମ୍ପୁର୍ଣ୍ଣ ଭାବେ ଭିଜି ନଷ୍ଟ ହୋଇଯାଇଛି । ସରକାରୀ ମୁଲ୍ୟ ଅନୁଯାଇ ଏକ କୁଇଣ୍ଟାଲ ଧାନର ଦାମ ୧୮ ଶହ ଅଟେ । ୨୦ହଜାରରୁ ଉର୍ଦ୍ଧ କୁଇଣ୍ଟାଲ ଧାନର ମୁଲ୍ୟ କୋଟି କୋଟି ଟଙ୍କାରୁ ଉର୍ଦ୍ଧ ହେବ । ଏଥିରୁ ସ୍ପଷ୍ଟ ଧାନ ଗୁଡିକ ପୁରାପୁରି ଭିଜି ଯିବା ଯୋଗୁଁ ଖରାରେ ଯେତେ ଶୁଖାଇଲେ ମଧ୍ୟ ଧାନ ଗୁଡିକ ବେରଙ୍ଗୀ ସହ ଭିଜା ଗନ୍ଧ ଯୋଗୁଁ ଅମଳ ଧାନ ଅନୁପଯୋଗି ହୋବା ନିଶ୍ଚିତ ମଣ୍ଡିରେ ଏଭଳି ଧାନକୁ ମିଲର ମାନେ କିଣି ନେବେ ନାହିଁ । ଜିଲ୍ଲା ପ୍ରଶାସନ ମଧ୍ୟ ଏଥିରେ ଚାଷିଙ୍କୁ କୌଣସି ସାହାଯ୍ୟ କରିପାରିବ ନାହିଁ । କାରଣ ସରକାରଙ୍କ ଏଫସିଆଇ ନିୟମ ଅନୁଯାଇ ଅଣ୍ଡର ରେଟ୍ ସ୍କିମ୍ ଧାନକୁ କିଣିବା ପାଇଁ ଚାଷିଙ୍କୁ ପ୍ରଶାସନ କେବେବି ଅନୁମତି ଦେଇପାରିବେ ନାହିଁ । ତେଣୁ ଅମ୍ଭେ ସମସ୍ତ ଚାଷି ବର୍ତ୍ତମାନ କଣ କରିବୁ,କିପରି ଚଳିବୁ ବୋଲି ଏମାନେ ପ୍ରଶ୍ନ କରି କହିଛନ୍ତି ଧାନ ଗଦାରେ ବର୍ଷାରେ ନ ଭିଜି ଅନେକ ଚାଷିଙ୍କ ଠାରେ କିଛି ପରିମାଣରେ ଧାନ ବର୍ତ୍ତମାନ ରହିଛି । ଏହି କିଛି ପରିମାଣରେ ଧାନକୁ ବର୍ତ୍ତମାନ ମଣ୍ଡି ଦ୍ୱାରା ମିଲର ମାନେ ତୁରନ୍ତ କିଣିବା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରନ୍ତୁ । ପାଣିପାଗର ସୁଚନା ଅନୁଯାୟୀ ଆଗାମି ୧ ତାରିଖଠୁ ପୁଣି ବର୍ଷାର ବିଶେଷ ସମ୍ଭାବନା ରହିଛି । ତେଣୁ ପୁଣି ବର୍ଷା ହେଲେ ବାକି ରହିଥିବା କିଛି ପରିମାଣର ଧାନ ମଧ୍ୟ ପୁଣି ନଷ୍ଟ ହୋଇଯିବ । ଗଜପତି ଜିଲ୍ଲାପାଳ ଅତି ତୁରନ୍ତ ଏଥିନେଇ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଏହି ଚାଷିମୋନେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ