ପାରଳାରେ ଦେଢ କେଜି ରୂପା ସହ ନଗଦ ୪୦ ହଜାର ଟଙ୍କା ଚୋରୀ: ସାଇଣ୍ଟିଫିକଟିମର ଅନୁଧ୍ୟାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର କୁମୁଟି ସାହିର କେ. ନାରାୟଣାଙ୍କ ଘରେ ଦୁର୍ବୃତ୍ତ ମାନେ ପଶି ଦେଢ କେଜି ରୂପା ଅଳଙ୍କାର ସମେତ ନଗଦ ୪୦ ହଜାର ଟଙ୍କା ଚୋରି କରିନେଇଥିବାର ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ପ୍ରକାରେ କେ.ନାରାୟଣ ଏବଂ ତାଙ୍କ ପରିବାର ଲୋକେ ସୋମବାର ଦିନ ଆନ୍ଧ୍ରର ବୋବିଲି ଗ୍ରାମକୁ ଯାଇ ପାଞ୍ଚ ଦିନ ପରେ ନିଜ ଘରକୁ ଫେରିଥିଲେ । ଘରେ ପଶି ଦେଖିବା ପରେ ଦୁର୍ବୃତ୍ତ ମାନେ ଆଲମିରାରେ ଥିବା ନଗଦ ୪୦ ହଜାର ଟଙ୍କା ସମେତ ରୂପା ଅଳଙ୍କାର ନେଇ ପଳାଇଥିବାର ଅଭିଯୋଗ ହୋଇଛି । ତେବେ ଘରର କୌଣସି ତାଲା ଭଙ୍ଗା ଯାଇନଥିବା ବେଳେ ଛାତ ଉପର ଦେଇ ଦୁର୍ବୃତ୍ତ ପଶିଥିବାର ଅନୁମାନ କରାଯାଉଥିବା ବେଳେ ଘଟଣା ସ୍ଥଳରେ ପାରଳାଖେମୁଣ୍ଡି ଆଦର୍ଶଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରାଯାଇ ୪୨୧/୨୫ ରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସୂଚନା ପ୍ରଦାନ କରିଛନ୍ତି ।


