ନାତୁଣୀଙ୍କୁ ଦୁର୍ବ୍ୟବହାର ଘଟଣାର ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ଅଜାଙ୍କୁ ନିର୍ମମ ହତ୍ୟା

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମରେ ବୃଦ୍ଧ ସନ୍ୟାସୀ ଗୌଡ଼(୬୫)ଙ୍କୁ  ଗୁରୁବାର ସକାଳ ପ୍ରାୟ ସାଢ଼େ ୯ ଟାରେ ନିର୍ମମ ଭାବେ ହତ୍ୟା କରାଯାଇଛି। ନାତୁଣୀ ଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଘଟଣାର ପ୍ରତିବାଦ କରିବାରୁ ଗ୍ରାମର ଶିବ ଗୌଡ଼ ଏବଂ ତାଙ୍କ ସମ୍ପର୍କୀୟ ଚିକୁନ ଗୌଡ଼ ମିଶି ସନ୍ୟାସୀ ଙ୍କୁ ଏକ କାଠ ଖଣ୍ଡ ରେ ବାଡାଇ ମାରିଦେଇଥିବା ଅଭିଯୋଗ ହୋଇଛି। ଖବରପାଇ କେ.ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲ,ଏଏସଆଇ ସି. ତାରକେଶ୍ୱର ରାଓ  ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରିବା ସହ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୁ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିଲେ। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସିନ୍ଧବା ଗ୍ରାମର  ଶିବ ଗୌଡ଼ ଏବଂ ଚିକୁନ ଗୌଡ଼ ନାମକ ୨ ଯୁବକଙ୍କୁ  ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ସନ୍ୟାସୀ ଙ୍କ ପୁଅ ବିଚିତ୍ର ଗୌଡ଼ ଏନେଇ ଥାନାରେ ଏତଲା ଦେଇଛନ୍ତି।  ଥାନା ମାମଲା ନଂ.୧/୨୬ ଅନୁଯାୟୀ  ବ୍ୟବଚ୍ଛେଦ କରାଯିବା ପରେ ଶବ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଗତ କିଛିଦିନ ହେଲା ଗାଁ ରେ ରହୁଥିବା ସନ୍ୟାସୀ ଙ୍କ ନାତୁଣୀ ଙ୍କୁ ଶିବ ହଇରାଣ ହରକତ କରୁଥିଲେ।ସନ୍ୟାସୀ ତାଙ୍କୁ ଏଭଳି କାମରୁ ନିବୃତ୍ତ ହେବାକୁ ପୂର୍ବରୁ ଅନେକଥର ଚେତାବନୀ ଦେଇଥିଲେ।ଗତ ମଙ୍ଗଳବାର ରାତି ପ୍ରାୟ ୯ ଟା ସମୟରେ ପୁଣିଥରେ ଶିବ ତାଙ୍କ ନାତୁଣୀ ଙ୍କୁ ଦୁର୍ବ୍ୟବହାର କରିଥିଲା।  ଗୁରୁବାର ସକାଳେ ସନ୍ୟାସୀ ଘର ସମ୍ମୁଖରେ  ଶିବ ଙ୍କୁ ଦେଖି ଘଟଣା ପଚାରିଥିଲେ।ଏଥିରେ ସେ ଉତ୍ତେଜିତ ହୋଇ ଶିବ  ଓ ତାଙ୍କ ସମ୍ପର୍କୀୟ ଚିକୁନ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳି କରିଥିଲେ।ପ୍ରତିବାଦ କରିବାରୁ ଉଭୟ  ଙ୍କ ମଧ୍ୟରେ ବଚସା ହୋଇଥିଲା।ଏଥିରେ ଉତ୍ତେଜିତ ହୋଇ ଶିବ ଏକ ଭଙ୍ଗା ଠେସ କାଠ ରେ  ସନ୍ୟାସୀ ଙ୍କୁ ନିସ୍ତୁକ ମାଡ଼ ମାରିଥିଲା।ତାଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା ବୋଲି ଏତଲାରେ ଉଲ୍ଲେଖ ରହିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ