ମୁନିଗୁଡା ପ୍ରଗତି ମଞ୍ଚ ତରଫରୁ ବୈଠକ

ମୁନିଗୁଡା,୨୧/୧ (ନନ୍ଦ କିଶୋର ପଟ୍ଟନାୟକ ): ମୁନିଗୁଡାର ସକଟା ନିକଟସ୍ଥ ନିୟୁହୋପ ଫାର୍ମ ହାଉସ ପରିସରରେ ମୁନିଗୁଡା ପ୍ରଗତି ମଞ୍ଚ ତରଫରୁ ବୈଠକ ଓ ଆଲୋଚନା ସହ ସୌଜନ୍ୟମୂଳକ ସାକ୍ଷାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,ପ୍ରଗତି ମଞ୍ଚର ସଭାପତି ଗଣେଶ୍ୱର ରାଓଙ୍କ ସଭାପତିତ୍ୱ ଓ ସମ୍ପାଦକ ସିମାଞ୍ଚଳ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଅତିଥିଭାବେ ମୁନିଗୁଡା ଏସଡିପିଓ ସନ୍ତୋଷିନୀ ଓରାମ,ତହସିଲଦାର ଏମ. ଅନୁରାଧା,ଆଇଆଇସି କେଶବ ଷଡ଼ଙ୍ଗୀ,ଫୋରେଷ୍ଟ ରେଞ୍ଜର ପ୍ରବୀନ ଦାସ,ରେଳ ବିଭାଗ ଏଇଏନ ରବି କିର୍ତ୍ତୀ,ପିଡାବ୍ଲ୍ୟୁ ରାମ ରାଓ,ଆରପିଏଫ ଇନଚାର୍ଜ ଅଫିସର ଏନ.ଏସ.ମୀନା,ପ୍ରଗତି ମଞ୍ଚର ବରିଷ୍ଠ ଉପଦେଷ୍ଟା ତଥା ମୁନିଗୁଡା ବାର ଆସୋସିଏସନ ସଭାପତି ବୃନ୍ଦାବନ ଗୌଡ଼ ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ, ପ୍ରଗତି ମଞ୍ଚର କୋଷାଧକ୍ଷ ନନ୍ଦ କିଶୋର ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସମସ୍ତ ଅତିଥି ମାନଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ସ୍ୱାଗତ ଅଭିଭାଷଣ ରଖିଥିଲେ,ପରେ ସମ୍ପାଦକ ସିମାଞ୍ଚଳ ପଣ୍ଡା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଓ ଏହାର ଆଭିମୁଖ୍ୟ ଉପରେ ସମୀକ୍ୟ ତଥ୍ୟ ରଥିଥିଲେ,ପ୍ରଥମେ ସମସ୍ତ ଅତିଥି ମାନଙ୍କୁ ମଞ୍ଚର ସଭାପତି ଗଣେଶ୍ୱର ରାଓ,ସମ୍ପାଦକ ସିମାଞ୍ଚଳ ପଣ୍ଡା ଓ ଉପସଭାପତି ରାଜୀବ ଲୋଚନ ଦାସ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ,ଏହି ଅବସରରେ ମୁନିଗୁଡାକୁ କାହିଁକି ଏନଏସି ବା ବିଜ୍ଞାପିତ ଅଞ୍ଚଳ ଘୋଷଣା କରାଯାଇ ସେନେଇ ମୁନିଗୁଡାର ବରିଷ୍ଠ ସମାଜସେବୀ ତଥା ପ୍ରଗତି ମଞ୍ଚର ଉପଦେଷ୍ଟା ତରଣୀ କୁମାର ଚୌଧୁରୀ ଏନେଇ ହାଇକୋର୍ଟରେ ଆବେଦନ କରିଥିଲେ ତାଙ୍କୁ ମଧ୍ୟ ପ୍ରଗତି ମଞ୍ଚ ତରଫରୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା,ପରେ ମୁନିଗୁଡାର ଉର୍ଣ୍ଣୟନ ଗଠନ ମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିବା ବେଳେ ବିଶେଷ କରି ମୁନିଗୁଡାରେ ଅଣ୍ଡର ଗ୍ରାଉଣ୍ଡ ରାସ୍ତା ଓ ଅଭର ବ୍ରିଜ ନିର୍ମାଣ ଉପରେ ଆଲୋଚନା ବେଳେ ରେଳ ବିଭାଗର ଏଇଏନ ରବି କିର୍ତ୍ତୀ ମୁନିଗୁଡାର ଅଣ୍ଡର ଗ୍ରାଉଣ୍ଡ ରାସ୍ତା ଓ ଅଭର ବ୍ରିଜ ପାଇଁ ସମସ୍ତ ନଥିପତ୍ର କାର୍ଯ୍ୟ ଶେଷ ପର୍ଯ୍ୟୟରେ ପହଞ୍ଚିଛି ଆଗାମୀ ଦିନରେ ଏହାର କାର୍ଯ୍ୟ ମଧ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ,ଏହି ଆଲୋଚନା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଗତି ମଞ୍ଚର ସୁଦାମ ପଣ୍ଡା,ଏମଡି.ଆୟୁବ, ମୀନକେତନ ଷଡ଼ଙ୍ଗୀ, ରତନଲାଲ ଜୈନ,ଜଗନ୍ନାଥ ନୁନ୍ଦ୍ରୁକା, କେ.ସତ୍ୟନାରାୟଣ ରାଓ,ପ୍ରଦୀପ ପରିଛା,ନବୀନ ପାତ୍ର,ବାଲାଜୀ ପାତ୍ର, ଦୁଃଖିଶ୍ୟାମ ସୁବୁଦ୍ଧି,ନରେଶ ପାତ୍ର,କେ.ଶ୍ରୀନିବାସ,ରମେଶ ରାଜୁ,ଲାଡି.ଶଙ୍କର,ପ୍ରଭାତ ପାଣିଗ୍ରାହୀ,ଆନନ୍ଦ ରାଓ, ସୀତାରାମ ସାହୁ, ରାମକୃଷ୍ଣ ପଣ୍ଡା,ନୀଳାମ୍ବର ବିଭାର,ଶକୁନ୍ତଳା ନୁନ୍ଦ୍ରୁକା,ଅମ୍ବିକା ନାୟକ,ସୁଧାକର ମହାରଣା, ବିଦ୍ୟାଧର ଦାସ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ,ଶେଷରେ ପ୍ରଗତି ମଞ୍ଚର ଉପ ସଭାପତି ରାଜୀବ ଲୋଚନ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ,
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ