ଅବକାରୀ ଚଢ଼ାଉ : ୫୦ ଲିଟର ମଦ ଜବତ , ୩ ଗିରଫ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ଚୋରା ମଦ କାରବାର ବେଳେ ମାଡି ବସିଲା ଅବକାରୀ ବିଭାଗ। ପୃଥକ ପୃଥକ ୩ଟି ସ୍ଥାନରେ ଚଢ଼ାଉ କରି ୫୦ ଲିଟରରୁ ଉର୍ଦ୍ଧ୍ଵ ଦେଶୀ ଓ ବିଦେଶୀ ମଦ ଜବଦ କରିବା ସହିତ ୩ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ଅବକାରୀ ଇନସପେକ୍ଟର ବ୍ରଜ କିଶୋର ମଲ୍ଲିକଙ୍କ ନେତୃତ୍ୱରେ ଆଜି ସକାଳୁ ନନ୍ଦିପଦା ଥାନା ଶାଳକଣିଆ, ଆନନ୍ଦପୁର ଥାନା ପୁରୁଣାଘାଟି ଓ ସୋସୋ ଥାନା ଅଧୀନସ୍ଥ ସୋସୋ ଗ୍ରାମରେ ଚଢ଼ାଉ କରି ବିକ୍ରୀ ଉଦେଶ୍ୟରେ ଥିବା ୫୦ଲିଟରରୁ ଉର୍ଦ୍ଧ ଦେଶୀ ଓ ବିଦେଶୀ ମଦ ଜବଦ କରିଥିଲେ। ସୋସୋ ଗ୍ରାମର ବ୍ରହ୍ମାନନ୍ଦ ସିଂ ନିଜ ଦୋକାନ ଘରେ ଚୋରାରେ ବିଦେଶୀ ମଦ ବିକ୍ରୀ କରୁଥିବା ବେଳେ ସକାଳୁ ସକାଳୁ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବଦ କାରିଥିଲା ଅବକାରୀ ବିଭାଗ । ଏହି ଘଟଣାରେ ତିନୋଟି ମାମଲା ରୁଜୁ ହୋଇଛି। ଏହି ଘଟଣାରେ ପୁରୁଣାଘାଟି ଗ୍ରାମର ରାଜେଶ ହୋ, ଶାଳକଣିଆ ଗ୍ରାମର ପଦ୍ମ ଲୋଚନ ମୁଦୁଲି ଓ ସୋ ସୋ ଗ୍ରାମର ବ୍ରହ୍ମାନନ୍ଦ ସିଂ ଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଗୋଟିଏ ବାଇକ ମଧ୍ୟ ଜବଦ କରାଯାଇଥିବା ଇନସପେକ୍ଟର ବ୍ରଜ କିଶୋର ମଲ୍ଲିକଙ୍କ ସୂଚନା ଦେଇଛନ୍ତି।


