ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ଓଡଙ୍ଗୀ ପଂଚାୟତରେ ବିଜେପି ପକ୍ଷରୁ ମହା ମିଶ୍ରଣ ପର୍ବ ଅନୁଷ୍ଠିତ
ବାଲେଶ୍ବର(ସରୋଜ ପଣ୍ଡା): ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଚାଲିଥିବା ଲୋକଙ୍କ ସରକାରଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଡଙ୍ଗୀ ପଂଚାୟତର ସଂଖ୍ୟାଧିକ ବିଜେଡ଼ି ଓ କଂଗ୍ରେସ ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଜୁଣଗଡିଆ ଠାରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ବିଜେପି ସଦର ବିଧାୟକ ମାନସ କୁମାର ଦତ ଯୋଗଦେଇ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ନବାଗତ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ । ବିଗତ ୧୨ବର୍ଷ ଧରି ଦେଶର ବିକାଶଧାରାକୁ ଶୀର୍ଷରେ ପହଂଚାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତ୍ୟେକ ଲୋକକଲ୍ୟାଣ ଯୋଜନା ଆଜି ଗ୍ରାମାଂଚଳର ଘରେ ଘରେ ପହଂଚିପାରିଛି । ସେହିପରି ୨୪ବର୍ଷର କୁଶାସନକୁ ହଟାଇ ରାଜ୍ୟରେ ଜନସେବାର ପ୍ରତୀକ ସାଜିଥିବା ଲୋକଙ୍କ ସରକାର ଗ୍ରାମାଂଚଳରେ ବିକାଶର ନୂଆ ଦିଗ ଦେଖାଇଛି । ଏହି ବିକାଶ ଧାରାରେ ନିଜକୁ ସାମିଲ କରିବା ପାଇଁ ଗ୍ରାମ୍ୟ ରାଜନୀତିର ଧୂରୀଣ ନେତା ଓ ତାଙ୍କ ସମର୍ଥକମାନେ ବିଜୁ ଜନତା ଦଳ ଓ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ବିଧାୟକ ଶ୍ରୀ ଦତ୍ତ ଏହି ଅବସରରେ ସୂଚନା ଦେଇଥିଲେ । ଏହି ମିଶ୍ରଣ କାର୍ଯ୍ୟକ୍ରମ ୱାର୍ଡ ସଭ୍ୟ ରବିନାରାୟଣ ଦାସ, ଯୋଗେନ୍ଦ୍ର ମହାଳିକ, ସନ୍ତୋଷ ମହାଳିକ, ତାପସ ଦାସ, ବାସୁଦେବ ଦାସ, ଅଜୟ ମହାଳିକ ସମେତ ଶହ ଶହ କର୍ମୀ ଓ ସମର୍ଥକ ବିଜେପିରେ ଯୋଗଦେଇଛନ୍ତି । ଆଗାମୀ ଦିନରେ ଆହୁରି ହଜାର ହଜାର ନେତା ଓ ସମର୍ଥକ ବିଜେପିରେ ଯୋଗଦେବେ ବୋଲି ଶ୍ରୀ ଦତ ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପ ସଭାପତି ଗୌରାଙ୍ଗ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ସୀତାକାନ୍ତ ସ୍ୱାଇଁ, ମଣ୍ଡଳ ସଭାପତି କାହ୍ନୁ ଚରଣ ମହାଳିକ, ରାଜେନ୍ଦ୍ର ଚାଟାର୍ଜୀ, ବିଶ୍ୱନାଥ ନାୟକ, ଜୀବନ ସାମଲ, ସୁବାଷ ଖଟୁଆ, ସୁଶାନ୍ତ ତପସ୍ୱୀ, ବିଜୟ ମହାପାତ୍ର, ଜଳଧର ପରିଡ଼ା ପ୍ରମୁଖଙ୍କ ସମେତ ଓଡଙ୍ଗୀ ପଂଚାୟତର ବିଜେପି କାର୍ଯ୍ୟକର୍ତ୍ତା ଏହି ମହା ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ।


